ଅବକାରୀ ଧରପଗଡବେଳେ ପୋଲିସକୁ ସଂଘବଦ୍ଧ ଆକ୍ରମଣ: ୬ ପୋଲିସ କର୍ମଚାରୀ ଆହତ,୧୨ ଗିରଫ

ପୋଲସରା,୨୫ା୪(ଡି.ଏନ.ଏ.)- ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ବଡ଼ତଇଲା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବେଆଇନଭାବେ ମଦ ରନ୍ଧା ହେଉଥିବାବେଳେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା। ସେଠାରୁ ପ୍ରାୟ ୨ ହଜାର ଲିଟର ମଦ ସହ ବହୁ ସରଞ୍ଜାମ ଜବତ ହୋଇଥିଲା। ଫେରିବାବେଳେ ବଡ଼ତଇଲାର ମହିଳା ଓ ପୁରୁଷମାନେ କଟୁରୀ, ପନିକି, ଠେଙ୍ଗା ଧରି ପୋଲିସକୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ୬ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଥାନାଧିକାରୀ ମଲ୍ଲିକ ଘଟଣାସ୍ଥଳରୁ ୫ ଜଣ ମହିଳା ଓ ୭ ଜଣ ପୁରୁଷ ଏହିପରି ୧୨ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ରଜନୀ ଶବର, ଫୁଲ ଶବର, ରୁକୁନା ଶବର, ଶିରିମି ଶବର, ଶୁକୁମାରୀ ଶବର ଓ ସତ୍ୟ ଶବର, ରଞ୍ଜିତ ଶବର, ପୂର୍ଣ୍ଣ ଶବର, ଗଙ୍ଗାଧର ଶବର, ଖଲିଆ ଶବର, ଲଡୁ ଶବର, ପଞ୍ଚୁ ଶବର।