Categories: ଜାତୀୟ

ଅଫିସରେ ପାଣି ନ ଥିବାରୁ ଘରେ ବସି କାମ କରିବାକୁ କହିଲା ଆଇଟି କମ୍ପାନୀ

ଚେନ୍ନାଇ,୧୩।୬: ଚଳିତ ବର୍ଷ ପାରଦ ୪୮ ଡିଗ୍ରୀ ଟପିଥିବା ବେଳେ ଦେଶରେ ଅନେକ ସ୍ଥାନରେ ଜଳ ସଙ୍କଟ ଦେଖା ଦେଇଛି। ଏପରି ସ୍ଥଳେ ଚେନ୍ନାଇର ଓଲ୍ଡ ମହାବଳିପୁରମ ରୋଡରେ ଥିବାର କିଛି ଆଇଟି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ବିଗତ ପାୟ ୨ଶହ ଦିନ ହେବ ଏଠାରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ଆଗାମୀ ଦିନରେ ମଧ୍ୟ ଏହାର କୌଣସି ସମାଧାନ ନଜର ନ ଆସିବାରୁ ଆଇଟି କମ୍ପାନୀ ଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ଯେଉଁଠି ସୁବିଧା ହେଉଛି ସେଠାରେ ରହି କାମ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ପାଖାପାଖି ୧୨ଟି କମ୍ପାନୀର ୫ହଜାର କର୍ମଚାରୀଙ୍କୁ ଜଳ ସଙ୍କଟ ଯୋଗୁ ଘରେ ରହି କାମ କରିବାକୁ ଅନୁମତି ମିଳିଛି।

Share