Categories: ଫୁରସତ

ପୁଅକୁ ପୁତ୍ତଳିକା ସହ ବିବାହ କରାଇଲେ ପିତା, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ପ୍ରୟାଗରାଜ ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଘୁରୁପୁର ଅଞ୍ଚଳର ଭୈଦପୁର ଗ୍ରାମରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ମଧ୍ୟ ଏକ ସାଧାରଣ ଢଙ୍ଗରେ ହୋଇଥିଲା। ବେଦୀ ବନ୍ଧାଯାଇଥିଲା। ବର ପ୍ରସ୍ତୁତ ହୋଇଥିଲେ। ପଣ୍ଡିତ ମନ୍ତ୍ର ପାଠ କରିଥିଲେ। ବନ୍ଧୁ ଏବଂ ସମ୍ପର୍କୀୟଙ୍କ ମଧ୍ୟ ଉପସ୍ଥିତ ଥିଲେ। ତଥାପି ଏହି ବିବାହ ଚର୍ଚ୍ଚାରେ ଥିଲା। କାରଣ ବର କନ୍ୟାକୁ ନୁହେଁ ଏକ ପୁତ୍ତଳିକାକୁ ବିବାହ କରୁଥିଲେ।
ରେଳବିଭାଗର ଅବସରପ୍ରାପ୍ତ କର୍ମଚାରୀ ୯୦ ବର୍ଷୀୟ ଶିବମୋହନ ପାଲଙ୍କ ୯ ପୁଅ ଏବଂ ୩ ଝିଅ ଅଛନ୍ତି। ତାଙ୍କ ସମସ୍ତ ପୁଅ ବିବାହ କରିସାରିଥିଲେ। କେବଳ ୮ ନମ୍ବର ପୁଅ ରାଜା ପଞ୍ଚଲାଲ ବିବାହ କରି ନ ଥିଲେ। ସେ ଆଦୌ ପାଠ ପଢି ନ ଥିବାରୁ କୌଣସି ଚାକିରି ମଧ୍ୟ କରି ନ ଥିଲେ। ଗାଁରେ ରହି ପଶୁ ଚରାଉଥିଲେ। ମାଷ୍ଟର ଡିଗ୍ରୀ କରି ସରକାରୀ ଚାକିରି କରିଥିବା ଶିବମୋହନ ପୁଅର ଏଭଳି କାର୍ଯ୍ୟ ଆଦୌ ପସନ୍ଦ ନ ଥିଲା। ଏଥିପାଇଁ ସେ ଦୁଃଖିତ ଥଲେ। ଅପାଠୁଆ ପୁଅକୁ ବିବାହ କରି କୌଣସି ଝିଅର ଜୀବନ ନଷ୍ଟ ହେଉ ବୋଲ ମୁଁ ଚାହୁନି। ପୁଅକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଏକ ପୁତ୍ତଳିକା ସହ ତା’ର ବିବାହ କରାଇଛି ବୋଲି ଶିବମୋହନ କହିଛନ୍ତି।

Share