Categories: ଖେଳ

ଅପାଠୁଆ କ୍ରିକେଟର୍ସଙ୍କ ପାଠୁଆ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେତେକ ଖେଳାଳିଙ୍କ ସ୍ତ୍ରୀ ସେମାନଙ୍କଠାରୁ ଅଧିକ ପାଠ ପଢିଥିବା ଦେଖାଯାଇଛି।  ଜାଣନ୍ତୁ  ସେଭଳି କିଛି କ୍ରିକେଟର୍ସଙ୍କ ସମ୍ପର୍କରେ…

 

ଗୌତମ ଗମ୍ଭୀର-ନତାଶା ଜୈନ
ଭାରତୀୟ ଦଳର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର ଗ୍ରାଜୁଏସନ୍‌ କରିଥିବାବେଳେ ତାଙ୍କ ସ୍ତ୍ରୀ ନତାଶା ବିବିଏ କରିଛନ୍ତି।

ଉମେଶ ଯାଦବ-ତାନ୍ୟା
ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ସ୍କୁଲରୁ ପାଠପଢା ଛାଡି ଖେଳରେ ମନୋନିବେଶ କରିଥିଲେ। ତାଙ୍କ ସ୍ତ୍ରୀ ତାନ୍ୟା ଫେଶନ ଡିଜାଇନିଂରେ ଗ୍ରାଜୁଏସନ କରିଛନ୍ତି।

ରବିନ୍ଦ୍ର ଜାଡେଜା-ରିଭାଭା ସୋଲାଙ୍କି
ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମାତ୍ର ନବମ ପର୍ଯ୍ୟନ୍ତ ପାଠ ପଢିଛନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଇଞ୍ଜିନିୟରିଂ କରିଛନ୍ତି।

ସୁରେଶ ରାଇନା-ପ୍ରିୟଙ୍କା ଚୌଧୁରୀ
ସୁରେଶ ରାଇନା ସ୍କୁଲରେ ପଢୁଥିବାବେଳେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ତା‘ପରେ ସେ ପାଠ ପଢାଛାଡଦେଇଥିଲେ। କିନ୍ତୁ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ବିଟେକ୍‌ କରିଛନ୍ତି।

ମହେନ୍ଦ୍ର ସିଂ ଧୋନୀ-ସାକ୍ଷୀ ଧୋନୀ

ଭାରତୀୟ କ୍ରିକେଟ ଦଳର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂ ଧୋନୀ +୨ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ତାଙ୍କ ସ୍ତ୍ରୀ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ କରିଛନ୍ତି।

ସଚିନ ତେନ୍ଦୁଲକର-ଅଞ୍ଜଳି
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସ୍ତ୍ରୀ ଅଞ୍ଜଳୀ ମେଡିକାଲ ଡିକ୍ରୀ ହାସଲ କରିଥିବାବେଳେ ସଚିନ ଦଶମ ଫେଲ୍‌।

Share