ଅପହରଣ କରି ନାବାଳିକାଙ୍କୁ ବିବାହ ସନ୍ଦେହ ଘର ଆଗରେ ନାଁ  ଦେଖି ଯୁବକଙ୍କୁ ଉଠାଇନେଲା ପୋଲିସ

ନୟାଗଡ ଅଫିସ,୭ା୨: ଅପହରଣ କରି ନାବାଳିକାଙ୍କୁ ବିବାହ କରିଥିବା ସନ୍ଦେହରେ ଜଣଙ୍କ ଘର ଆଗରେ ନାଁ ଦେଖି ପୋଲିସ ଜଣେ ଯୁବକଙ୍କୁ ଉଠାଇ ନେବା ପରେ ନୟାଗଡ ଜିଲା ଇଟାମାଟି ଥାନା ଗମ୍ଭାଡିରେ ଗୁରୁବାର ରାତିରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ତ୍ରୁଟି ସ୍ବୀକାର କରି ଅଟକ ଯୁବକଙ୍କୁ ଛାଡି ଦେଇଥିଲେ ମଧ୍ୟ ଉତ୍ତେଜନା ଥମି ନ ଥିଲା। ଉତ୍ତ୍ୟକ୍ତ ଲୋକେ ଖୋର୍ଦ୍ଧା ଜିଲାର ଜଟଣୀ ଓ ଇଟାମାଟି ଥାନା ପୋଲିସକୁ ୧ ଘଣ୍ଟା ଧରି ଅଟକ ରଖିଥିଲେ। ଏପରି କି ଭ୍ୟାନ ଚକାରୁ ପମ୍ପ ଖୋଲି ଦେଇଥିଲେ। ଘଟଣାସ୍ଥଳରେ ନୟାଗଡ଼ ଏସ୍‌ଡିପିଓ, ନୟାଗଡ ସଦର ଥାନା ଆଇଆଇସିଙ୍କ ସମେତ ଇଟାମାଟି ଆଇଆଇସି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ହେଲେ ସୁଫଳ ମିଳି ନ ଥିଲା। ତେବେ ସ୍ବିକାରୋକ୍ତି ପରେ ଉତ୍ତ୍ୟକ୍ତ ଲୋକେ ଅଟକ ପୋଲିସକୁ ଛାଡି ଦେଇଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଞ୍ଚଳର ଜଣେ ନାବାଳିକା ଗତ କିଛିଦିନ ହେଲା ନିଖୋଜ ଅଛନ୍ତି । ନିଖୋଜ ନାବାଳିକାଙ୍କ ସମ୍ପର୍କୀୟ ଘର ଗମ୍ଭାଡିରେ। ନାବାଳିକା ଗମ୍ଭାଡିରେ ବିବାହ କରିଥିବା ଜଣାପଡିଥିଲା। ନାବାଳିକାଙ୍କ ମା’ବାପା ଜଟଣୀ ଓ ଇଟାମାଟି ପୋଲିସ ସହାୟତାରେ ଗୁରୁବାର ସନ୍ଧ୍ୟାରେ ଗମ୍ଭାଡିରେ ପହଞ୍ଚିଥିଲେ। ସେମାନେ ଗମ୍ଭାଡିରେ ଜଣେ ଲୋକଙ୍କ ଘର ଆଗରେ ବିବାହ ପାଇଁ ଲେଖାଯାଇଥିବା କାନ୍ଥରେ ଝିଅର ନାଁ  ଦେଖିଥିଲେ। ପରେ ପୋଲିସ ଦ୍ୱାରା ଝିଅକୁ ଆଣିବାକୁ ଉଦ୍ୟମ କରିଥିଲେ। ପ୍ରଥମେ ପୋଲିସ ଜଳଖିଆ ଖାଉଥିବା ଜଣେ ଯୁବକଙ୍କୁ ଉଠାଇ ନେଇଥିଲା। ପରେ ପୁଅ ଘରେ ପଶି ଝିଅର ମତାମତ ନେଇଥିଲେ। ହେଲେ ଝିଅ ଜଟଣୀ ଅଞ୍ଚଳର ନୁହଁ କହିବା ପରେ ଇଟାମାଟିକୁ ନେଇଯାଇଥିବା ଯୁବକଙ୍କୁ ପୋଲିସ ଫେରାଇ ଆଣିଥିଲା। ଏହା ପରେ ଗାଁରେ ଉତ୍ତେଜନା ଲାଗି ରହିଥିଲା। ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ପୋଲିସ ଲୋକଙ୍କ ଘେରାଉ ଭିତରେ ରହିଥିଲେ। ଏ ସମ୍ପର୍କରେ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢୀ କୁହନ୍ତି, ନାବାଳିକାଙ୍କ ମା’ବାପା ଘର ଚିହ୍ନଟ କରି ନ ପାରିବାରୁ ପୋଲିସ ଅସୁବିଧାର ସମ୍ମୁଖୀନ ହୋଇଥିଲା। ପରେ ପରିସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri