ଅପରେଶନ୍‌ ସମୁଦ୍ର ସେତୁ : ୨୦୨ ପ୍ରବାସୀଙ୍କୁ ନେଇ ଆଇଏନ୍‌ଏସ୍‌ ମଗର ସନ୍ଧ୍ୟାରେ କୋଚିରେ ପହଞ୍ଚିବ

ନୂଆଦିଲ୍ଲୀ,୧୨।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍‌ ସମୁଦ୍ର ସେତୁ ଅଭିଯାନ ଆରମ୍ଭ ହୋଇଛି। ନୌସେନାର ଜାହାଜ ଆଇଏନ୍‌ଏସ୍‌ ମଗର ମାଳଦ୍ୱୀପରୁ ୨୦୨ ପ୍ରବାସୀଙ୍କୁ ନେଇ କେରଳର କୋଚି ବନ୍ଦରରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିବ। ଆଇଏନ୍‌ଏସ୍‌ ମଗରରେ ଭାରତ ଫେରୁଥିବା ପ୍ରବାସୀଙ୍କ ମଧ୍ୟରେ ୨୪ ଜଣ ମହିଳା, ୨ ଗର୍ଭବତୀ ମହିଳା, ୨ଜଣ ଶିଶୁ ରହିଛନ୍ତି। ଗୋଡ଼ ଭାଙ୍ଗିଯାଇଥିବା ଜଣେ ତାମିଲନାଡୁର ବ୍ୟକ୍ତି ମଧ୍ୟ ପ୍ରବାସୀଙ୍କ ସହିତ ସ୍ବଦେଶ ଫେରୁଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷାପରେ ସମସ୍ତ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବ।

Share