Categories: ଜାତୀୟ

ଅପରାହ୍ନ ୪ଟାରେ ହୋଇପାରିଲା ନାହିଁ ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ଯୋଗୁ ଫସି ରହିଥିବା ଯାତ୍ରୀଙ୍କ ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ସେବା ଆରମ୍ଭ ହୋଇଥିବା ବେଳେ ସୋମବାର ଅପରାହ୍ନ ୪ଟାରୁ ଟିକେଟ ବୁକିଂ କରାଯିବାର ଥିଲା। ହେଲେ ସିଷ୍ଟମରେ ଡାଟା ଅପଲୋଡ ନ ହୋଇଥିବାରୁ ସନ୍ଧ୍ୟା ୬ଟାରେ ଟିକେଟ ବୁକିଂ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ସୋମବାର ୪ଟା ବେଳେ ଲୋକେ ରେଲଓ୍ବେ ଓ୍ବେବସାଇଟ ଖୋଲିଥିଲେ କିନ୍ତୁ ୱେବସାଇଟ ଖୋଲି ନ ଥିଲା। ଆଇଆରସିଟିସିର ମୋବାଇଲ ଆପ ମଧ୍ୟ କାମ କରି ନଥିଲା। ଏଭଳି ପରିସ୍ଥିତିରେ ଲୋକମାନେ ଟିକେଟ ବୁକିଂ କରି ନ ପାରି ଅସନ୍ତୋଷ ପ୍ରକାଶ କରିଛନ୍ତି। ୪ଟା ବେଳେ ବୁକିଂ କରିବା ପାଇଁ ଏକା ସାଙ୍ଗରେ ଅନେକ ଲୋକ ଓ୍ବେବସାଇଟ ଖୋଲିଥିବାରୁ ସମସ୍ୟା ଦେଇଥିବା କୁହାଯାଏ। ଏବେ ଏହି ସମସ୍ୟାକୁ ଠିକ କରାଯାଇଛି। ତେଣୁ ସା ୬ଟାରେ ବୁକିଂ କଲା ବେଳେ ଆଉ ସମସ୍ୟା ହେବନାହିଁ ବୋଲି ରେଲଓ୍ବେ ପକ୍ଷରୁ କହାଯାଇଛି।

Share