ଅପରାହ୍ନରେ ତାଣ୍ଡବ ରଚିଲା କାଳବୈଶାଖୀ

କୋରାପୁଟ,୨୯।୪(ସ୍ବ.ପ୍ର.): କୋରାପୁଟ ସହର ଓ ଆଖପାଖ ଅଞ୍ଚଳରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଶତାଧିକ ଗଛ ଭାଙ୍ଗିବା ସହ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ ଟାଓ୍ବାର ଭାଙ୍ଗିବା ସହ ତାର ଛିଣ୍ଡି ସରବରାହ ବ୍ୟାହତ ହୋଇଛି। କେବଳ ସେତିକି ନୁହେଁ ୫୦ରୁ ଅଧିକ ଘରର ଆଜବେଷ୍ଟସ ଛପର ଓ ରାସ୍ତାକଡ଼ର ବିଜ୍ଞାପନ ହୋର୍ଡିଂ ମଧ୍ୟ ଉଡ଼ାଇନେଇଛି।

ଅପରାହ୍ନ ୨ଟା ୧୦ରୁ ୩ଟା ଭିତରେ ୬୦ରୁ ୧୦୦ କିମି ବେଗରେ ପବନ ବହିବା ସହ ପ୍ରବଳ କୁଆପଥର ସହ ବର୍ଷା ହୋଇଥିଲା। ୫୦ ମିନିଟରେ ୩୫.୨ ମିମି ବର୍ଷା ରେକର୍ଡ଼ ହୋଇଥିବା ଜିଲା ଜରୁରୀ ବିଭାଗ ସୂଚନା ଦେଇଛି। ଫଳରେ କୋରାପୁଟ-ଜୟପୁର ଓ କୋରାପୁଟ-ସୁନାବେଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ଶତାଧିକ ଗଛ ଭାଙ୍ଗି ପଡ଼ିଥିଲା। ଗଛ ଡାଳ ପଡ଼ି ବହୁ କାର୍‌ ଓ ଟ୍ରକ୍‌ର କାଚ ଭାଙ୍ଗିଛି। କେତେକ ସ୍ଥାନରେ ପୁରୁଣା ଗଛ ଉପୁଡ଼ିଯାଇ ରାସ୍ତା ଅବରୋଧ ହୋଇଛି ା ସହରର ବାଟମଙ୍ଗଳା ମନ୍ଦିର, ମା’ ମଙ୍ଗଳା ଲଜ୍‌, ମୃତ୍ତିକା ସଂରକ୍ଷଣ କଲୋନି, ଡିଆଇଜି କାର୍ଯ୍ୟାଳୟ, ଆରଡି ଅଫିସ, ସ୍ବତନ୍ତ୍ର ସର୍କିଟ ହାଉସ ଭଳି ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ରାସ୍ତାରେ ପଡ଼ିଛି। ସେହିପରି କୋରାପୁଟ ଜେଇଏଲସି କମ୍ପ୍ଲେକ୍ସ ଛକଠାରେ ଗଛର ବିରାଟ ଡାଳ ଭାଙ୍ଗିଯାଇ ଫଳ ଦୋକାନ ଉପରେ ପଡ଼ିଥିଲା। ଏଥିରେ ଦୋକାନ ଭାଙ୍ଗିଯିବା ସହ ବେପାରୀ ଜଣକ ସାମାନ୍ୟ ଆହତ ହୋଇଥିଲେ। କୋରାପୁଟ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିସ୍ଥାପିତ କଲୋନୀରେ ଏକ ବଡ଼ ଗଛ ପଡ଼ି ଘର ଭାଙ୍ଗିଯାଇଥିଲା। ଘରେ ଥିବା ପ୍ରଦୀପ ଖରା ଓ ତାଙ୍କ ଝିଅ ପେମି ଖରାଙ୍କ ମୁଣ୍ଡ ଫାଟି ଗୁରୁତର ଅବସ୍ଥାରେ ସେମାନଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଜିଲାପାଳ କେ. ସୁଦଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଦେଇଛି ଜିଲା ଜରୁରୀ ବିଭାଗ। କୋରାପୁଟ ମ୍ୟୁନିସପାଲଟି ଜିମନାଜିୟମର ଟିଣ, ଭବାନି ନଗରରେ ଗଛଡାଳ ଭାଙ୍ଗିବା ସହ କିଛି ସ୍ଥାନରେ ଘରୁ ଟିଣ ଉଡ଼ିଯାଇଛି। ସେହିପରି କାଳବୈଶାଖୀ ପରେ ବର୍ଷା, ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ଯୋଗୁ ସହରର ମ୍ୟୁନିସପାଲିଟି କାର୍ଯ୍ୟାଳୟ, ରେଲୱେ ଓଭରବ୍ରିଜ, ଭବାନି ନଗର ସମ୍ମୁଖସ୍ଥ ୨୬ ନମ୍ବର ରାସ୍ତାରେ ପାଣି ଭରି ରହିଛି। କୋରାପୁଟ ବ୍ଲକ ଛପରଠାରେ ଥିବା ୩୩ କେଭିର ଏକ ବିଦ୍ୟୁତ ଟାୱାର କାଳବୈଶାଖୀ ଯୋଗୁ ନଇଁପଡ଼ିଛି। ୩ଟି ୧୧ କେଭି ଟାଓ୍ବାର, ୭ଟି ଏଲଟି ପୋଲ୍‌, ୧୦ରୁ ଅଧିକ ବିଦ୍ୟୁତ ଚାମ୍ବର ନଷ୍ଟ ହୋଇଛି। ଖବରପାଇ ଓଏମ୍‌ପିସ୍ଥିତ ଓଡ୍ରାଫ ଓ ସାଉଥ୍‌କୋ ପକ୍ଷରୁ ବିଭିନ୍ନ ରାସ୍ତା ଉପରେ ପଡ଼ିଥିବା ଗଛ କଟାଯାଉଥିବାବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ତାର ସଜାଡ଼ିବାରେ ଲାଗିଛନ୍ତି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ବିଦ୍ୟୁତ ସେବା ସ୍ବାଭାବିକ ହେବ ବୋଲି ସାଉଥ୍‌କୋ କହିଛି। କାଳବୈଶାଖୀ ଓ ପବନ ବେଳେ ୧୦ରୁ ଅଧିକ ବାଇକ ଓ ସ୍କୁଟି ଚାଳକ ଖସିପଡ଼ି ଆହତ ହୋଇଛନ୍ତି। କୋରାପୁଟ-ଜୟପୁର ରାସ୍ତାର ବାଟ ମଙ୍ଗଳା ମନ୍ଦିର ଛକରେ ଯାଉଥିବା ବେଳେ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ଦୁଇ ଯୁବତୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri