ଅପରାହ୍ନରେ ଅର୍ଥମନ୍ତ୍ରୀ କରିବେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସେ ଏହି ଘୋଷଣା କରିବେ।

ଅନୁମାନ କରାଯାଉଛି ଅର୍ଥମନ୍ତ୍ରୀ ଏଥର କୃଷି ଓ ଏହାସହ ଜଡିତ କାର୍ଯ୍ୟକୁ ନେଇ ବଡ ପ୍ୟାକେଜ ଘୋଷଣା କରିପାରନ୍ତି। ଏଥିସହ ସପ୍ଲାଇ ଚେନକୁ ସୁଦୃଢ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏହାର ପ୍ରଥମ ପର୍ଯ୍ୟାୟ ବିବରଣୀ ଅର୍ଥମନ୍ତ୍ରୀ ବୁଧବାର ଦେଇଥିବା ବେଳେ ଏଥିରେ କ୍ଷୁଦ୍ର ଉଦ୍ୟୋଗକୁ ବଡ ଆଶ୍ୱସନା ମିଳିଥିଲା। ଶିଳ୍ପ ଜଗତରେ ଏହାକୁ ସ୍ବାଗତ କରାଯାଇଥିଲା।

Share