Categories: ଖେଳ

ଅନ୍‌ଲାଇନ୍‌ ଚେସ: ନିିପୁନ ଚାମ୍ପିୟନ

ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)-ଏସ୍‌.ଆର୍‌. ଚେସ୍‌ ସେଣ୍ଟର ପକ୍ଷରୁ ତୃତୀୟ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୪୬ ଖେଳାଳି ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଶା ରାଜ୍ୟ ବଧିର ଚେସ୍‌ ଚାମ୍ପିୟନ ଭୁବନେଶ୍ୱରର ନିପୁନ ଆଦିତ୍ୟ ମହାନ୍ତି ପୂରା ୫ ପଏଣ୍ଟ ସହ ଟାଇଟଲ ହାସଲ କରିଛନ୍ତି। ନିିଖିଲ ସାହୁ, ସତ୍ୟଜିତ ପଟ୍ଟନାୟକ ଓ ଧୀର ଚାୱଲା(ଦକ୍ଷିଣ ଆଫ୍ରିକା) ୪ ପଏଣ୍ଟ ଲେଖାଏ ପାଇ ଦ୍ୱିିତୀୟରୁ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ହାଇଦ୍ରାବାଦର ଶିବାଂଶ ମିଶ୍ର, ଅନୂଜ ସୁବୁଦ୍ଧି, ତେଜାସ ଲୋହାନୀ, ସଞ୍ଜୟ ପଟ୍ଟନାୟକ, ସାଇ ଅମୃତ ପରିଜା ଓ କୌଶିକ ପାଣିଗ୍ରାହୀ ୩.୫ ପଏଣ୍ଟ ଲେଖାଏ ପାଇ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏସ୍‌ଆର ଚେସ୍‌ ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ଡ. ମାନସ ରଞ୍ଜନ ମିଶ୍ର ଓ ସତ୍ୟଜିତ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା।

Share