ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଅନ୍‌ଲାଇନ୍‌ରେ ହେବ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି(ବିପିୟୁଟି)ପରୀକ୍ଷା। ବିପିୟୁଟିର ଅଷ୍ଟମ ସେମିଷ୍ଟାର ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ହେବ। ସବୁ ଜିଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ। ଛାତ୍ରୀଛାତ୍ର ଚାହିଁଲେ ଅଫ୍‌ଲାଇନ୍‌ରେ ବି ପରୀକ୍ଷା ଦେଇପାରିବେ। ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ଏନେଇ ଶୁକ୍ରବାର ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି।