ଅନ୍‌ଲାଇନ୍‌ରେ ଭିକ୍ଷାବୃତ୍ତି କରି ୧୭ ଦିନରେ ୩୪ ଲକ୍ଷ ଜମା କଲେ ମହିଳା

ଦୁବାଇ,୧୧।୬: ସୌଦିରେ ବାସ କରୁଥିବା ଜଣେ ୟୁରୋପିଆନ୍‌ ମହିଳା ଅନ୍‌ଲାଇନ୍‌ରେ ଭିକ୍ଷାବୃତ୍ତି କରି ମାତ୍ର ୧୭ ଦିନରେ ୩୪ ଲକ୍ଷ ୮୧ ହଜାର ଟଙ୍କା ଜମା କରିଛନ୍ତି। ଏନେଇ ମହିଳାଙ୍କ ପୂର୍ବତନ ସ୍ବାମୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ମହିଳାଙ୍କୁ ଠକାମି ମାମଲାରେ ଗିରଫ କରିଛନ୍ତି। ମହିଳା ଜଣକ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଛୋଟ ପିଲାଙ୍କ ଫଟୋ ଅପଲୋଡ୍‌ କରି ଭିକ୍ଷାବୃତ୍ତି କରୁଥିବା ଅଭିଯୋଗ ହୋଇଛି। ସୌଦିରେ ଭିକ୍ଷାବୃତ୍ତି କରିବାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି। ମହିଳାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଥିବା ସୌଦିର ଅପରାଧ ଯାଞ୍ଚ୍‌ ବିଭାଗ ନିର୍ଦ୍ଦେଶକ ଜମାଲ୍‌ ଅଲ୍‌ ସଲେମ୍‌ ଜାଲଫ୍‌ ସୂଚନା ଦେଇଛନ୍ତି। ରମଜାନ୍‌ ମାସରେ ଏଭଳି ୧୨୮ ଲୋକଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।

Share