Categories: ଖେଳ

ଅନ୍‌ଲାଇନରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌କୁ ମିଳିଛି ସର୍ବାଧିକ ଭ୍ୟୁୟର୍ସ

ଦୁବାଇ,୧୬।୯(ପିଟି): ଚଳିତବର୍ଷ ଅନୁଷ୍ଠିତ ପୁରୁଷ ଦିନିକିଆ ବିଶ୍ୱକପ୍‌ରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା। ଆଇସିସି ଟୁର୍ନାମେଣ୍ଟ ମଧ୍ୟରୁ ୨୦୧୯ ବିଶ୍ୱକପ୍‌ର ସିଧାପ୍ରସାରଣ ସମଗ୍ର ବିଶ୍ୱରେ ହାରହାରି ୧.୬ ବିଲିୟନ ଲୋକେ ଦେଖିଛନ୍ତି। ଏହା ଯେକୌଣସି ଆଇସିସି ଇଭେଣ୍ଟର ଭ୍ୟୁୟର୍ସ ଅପେକ୍ଷା ଖୁବ ଅଧିକ। ଡିଜିଟାଲ ପ୍ଲାଟଫର୍ମ ହଟଷ୍ଟାରରେ ବିଶ୍ୱକପ୍‌ ମ୍ୟାଚ୍‌ର ସିଧାପ୍ରସାରଣ ଦେଖିବାରେ ଭାରତ ଶୀର୍ଷରେ ରହିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌କୁ ହଟଷ୍ଟାରରେ ୨୫.୩ ନିୟୁତ ଲୋକେ ଦେଖିଥିଲେ, ଯାହାକି ବିଶ୍ୱ ରେକର୍ଡ। ବିଶ୍ୱକପ୍‌ ଫାଇନାଲଠାରୁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ର ଦେଖଣାହାରୀ ସଂଖ୍ୟା ଖୁବ ଅଧିକ ବୋଲି ଆଇସିସି ପକ୍ଷରୁ ପ୍ରକାଶ କରାଯାଇଛି। ୨୦୧୫ ସଂସ୍କରଣ ଅପେକ୍ଷା ଦେଖଣାହାରୀଙ୍କ ସଂଖ୍ୟାରେ ଚଳିତ ଥର ୩୮ ପ୍ରତିଶତ ବୃଦ୍ଧି ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବିଶ୍ୱକପର ସବୁଠୁ ଅଧିକ ଦେଖଣାହାରୀଙ୍କୁ ଆକର୍ଷିତ କରିଥିଲା। ଏହି ମ୍ୟାଚ୍‌ର ଟିଭି ଭି୍ୟୟର୍ସଙ୍କ ସଂଖ୍ୟା ୨୭୩ ନିୟୁତ। ତେବେ ଆହୁରି ୫୦ ନିୟୁତ ଦେଖଣାହାରୀ ଡିଜିଟାଲ ପ୍ଲାଟଫର୍ମରେ ଦେଖିଥିଲେ।

Share