ଅନ୍‌ଲକ୍‌-୧: ରାତ୍ରକାଳୀନ କର୍ଫ୍ୟୁରେ ରାଜପଥରେ ଚଳାଚଳ କରିବ ଯାନବାହନ

ନୂଆଦିଲ୍ଲୀ ,୧୨।୬: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାକୁ ଦେଖିଲେ ଅନୁମାନ କରିହେଉଛି ଯେ, ବିନା ଭ୍ୟାକସିନ୍‌ରେ କରୋନା ସଂକ୍ରମଣକୁ ରୋକିବା ଅସମ୍ଭବ। ଇତିମଧ୍ୟରେ ସ୍ବରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୧ରେ ରାତ୍ରକାଳୀନ କର୍ଫ୍ୟୁକୁ କୋହଳ କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହୋଇଥିବା କର୍ଫ୍ୟୁକୁ କୋହଳ କରାଯାଇ ସମସ୍ତ ଯାନବାହନ ରାଜପଥରେ ଚଳାଚଳ ପାଇଁ ଅନୁମତି ଦିଆଯାଇଛି। ରାଜପଥରେ ଯାଉଥିବା କୌଣସି ଯାନକୁ ରାଜ୍ୟସରକାର ଏଣିକି ପ୍ରତିବନ୍ଧକ ଲଗାଇପାରିବେ ନାହିଁ ବୋଲି ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ ଭଲ୍ଲା କହିଛନ୍ତି। ଏହା ପୂର୍ବରୁ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ରାତିରେ କୌଣସି ଯାନ ଚଳାଚଳ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବାରଣ କରାଯାଇଥିଲା।

Share