ଅନ୍ୟ ଲାଗି ପ୍ରେରଣା ସାଜିଛନ୍ତି ସୁଲଣର ଯୁବଗୋଷ୍ଠୀ

ହାଟଡିହୀ, ୧୦।୧୨(ଡି.ଏନ.ଏ.)- ସମାଜସେବା କରିବା ସକାଶେ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ଉମାକାନ୍ତ। ସେ ନିଜ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଏକାଠି ନିଜ ଗ୍ରାମ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣରେ ମା’ ତାରିଣୀ ସେବା ସଂସ୍ଥାନ ନାମରେ ଏକ ସଂଗଠନ ଗଢିଛନ୍ତି। ଏହି ସଂସ୍ଥା ଜରିଆରେ ସେ ଗରିବ ଓ ଅସହାୟଙ୍କ ପ୍ରତି ସହାୟତାର ହାତ ବଢାଇବା ସହ ପରିବେଶ ସୁରକ୍ଷା ଲାଗି ବୃକ୍ଷରୋପଣ ଭଳି ବିଭିନ୍ନ କାର୍ଯ୍ୟ କରୁଛନ୍ତି। ନିଜ ଗାଁ ସମେତ ଆଖପାଖ ଅଞ୍ଚଳକୁ ସବୁଜିମା ମଣ୍ଡିତ କରିବା ଲକ୍ଷ୍ୟରେ ଆଗକୁ ଆଗକୁ ପାଦ ବଢାଇ ଚାଲିଛନ୍ତି ଏହି ଯୁବ ଗୋଷ୍ଠୀ । ସେମାନେ ଗରିବ ରୋଗୀଙ୍କୁ ବିଭିନ୍ନ ଡାକ୍ତରଖାନା ନେଇ ଜରୁରିକାଳୀନ ଚିକତ୍ସାସେବା ଯୋଗାଇବା ସହ ନିୟମିତ ରକ୍ତଦାନ ଶିବିର ଆୟୋଜନ କରି ଆସୁଛନ୍ତି। ଆଗାମୀ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ସେବାମୂଳକ କାର୍ଯ୍ୟ ଜାରି ରଖିବା ସକାଶେ ଏହି ଯୁବଗୋଷ୍ଠୀ ସଙ୍କଳ୍ପ ନେଇ ଆଖପାଖ ଗାଁର ଯୁବଗୋଷ୍ଠୀ ଲାଗି ପ୍ରେରଣା ସାଜିଛନ୍ତି।
ସେବା କାର୍ଯ୍ୟ କଲେ ଯେଉଁ ଆତ୍ମସନ୍ତୋଷ ମିଳେ, ସେଭଳି ଆନନ୍ଦ ଆଉ କେଉଁଥିରୁ ମିଳେନି । ବର୍ତ୍ତମାନର ଯୁବଗୋଷ୍ଠୀ ଚାକିରି ପଛରେ ଗୋଡାଇ ସେବାମୂଳକ କାର୍ଯ୍ୟରୁ ଦୂରେଇ ରହୁଛନ୍ତି, ଯାହାକି ଏକ ବିଡମ୍ବନା। ସେ ଛାତ୍ର ଜୀବନରୁ ସେବାକାର୍ଯ୍ୟ କରିବା ଲାଗି ସଙ୍କଳ୍ପ ନେଇ ପରେ ଅନ୍ୟମାନଙ୍କୁ ପ୍ରଭାବିତ କରି ସେମାନଙ୍କ ଦୁଃଖସୁଖରେ ସାଥୀ ହେବା ସହ ଗରିବ ଲୋକଙ୍କୁ ସହାୟତା କରି ଆସୁଛନ୍ତି। ସରକାରୀ ସହାୟତାକୁ ଅପେକ୍ଷା ନ କରି ସେମାନେ ନିଜ ଚେଷ୍ଟାରେ ଏହି କାର୍ଯ୍ୟ କରୁଛନ୍ତି। ଛାତ୍ର ଜୀବନରୁ ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିବା ଉମାକାନ୍ତ ଏହି ସୂଚନା ଦେଇ କହିଛନ୍ତି, ଜଣେ ଅସହାୟ ବୃଦ୍ଧ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ସେ ଦେଖି ବ୍ୟଥିତ ହୋଇଥିଲେ। ଏହା ତାଙ୍କ ମାନସିକ ସ୍ଥିତିକୁ ପ୍ରଭାବିତ କରିଥିଲା। ସେବେ ଠାରୁ ସେବା, ବୃକ୍ଷରୋପଣ ଓ ରକ୍ତଦାନକୁ ସେ ନିଜ ଜୀବନର ଲକ୍ଷ୍ୟ ବୋଲି ବାଛି ନେଇଛନ୍ତି।
କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ଗ୍ରାମର କୃଷ୍ଣଚନ୍ଦ୍ର ରାଉତଙ୍କ ପୁଅ ଉମାକାନ୍ତ। ବୟସ ୨୬ ବର୍ଷ ହେବ। ଭଦ୍ରକ ବିଏନଏମଏ ମହାବିଦ୍ୟାଳୟରୁ ଯୁକ୍ତ ୩ ବାଣିଜ୍ୟ ପାସ୍‌ କରି ୨୦୧୪ରୁ ଡାକ ବିଭାଗ ଅଧୀନରେ କାର୍ଯ୍ୟ କରୁଛନ୍ତି। ଚାକିରି ତାଙ୍କ ବୃତ୍ତି ହେଲେ ବି ସେ ଅବସର ସମୟକୁ ସମାଜସେବା କାର୍ଯ୍ୟରେ ଲଗାଇଆସୁଛନ୍ତି। ନିଜ ଗାଁ ଅନୁଷ୍ଠାନ ବ୍ୟତୀତ ସେ ପ୍ରାୟ ୩୦ଟି ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହିଛନ୍ତି। ନିଜ ଗ୍ରାମ ସଂଗଠନ ଜରିଆରେ ଅଦ୍ୟାବଧି ସେ ଦୁଇ ଶହରୁ ଅଧିକ ଅସହାୟ ଗରିବଙ୍କୁ ଆନନ୍ଦପୁର, କେନ୍ଦୁଝର, କଟକ, ଭୁବନେଶ୍ୱର ପ୍ରଭୃତି ସ୍ଥାନର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି। ପରିବେଶରେ ସନ୍ତୁଳନ ରକ୍ଷା ସହ ପ୍ଲାଷ୍ଟିକ୍‌ ମୁକ୍ତ ସମାଜ ଗଠନ ଲାଗି ତାଙ୍କ ସଙ୍ଗଠନ ସଚେତନତା ସୃଷ୍ଟି କରୁଛି। ଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ ଲାଗି ଉତ୍ସାହିତ କରିବା ସହିତ ବିଭିନ୍ନ ଗ୍ରାମକୁ ଯାଇ ଯୁବପିଢିଙ୍କୁ ଏଥିଲାଗି ଉତ୍ସାହିତ କରୁଛନ୍ତି। ଅଦ୍ୟାବଧି ସେମାନେ ବିଭିନ୍ନ ସ୍ଥାନରେ ୨ ଶହରୁ ଅଧିକ ବୃକ୍ଷରୋପଣ କରି ସେଗୁଡିକର ଯତ୍ନ ନେଉଛନ୍ତି। ମା’ ତାରିଣୀ ସେବା ସଂସ୍ଥାନର ସମସ୍ତ ସଦସ୍ୟ ଏଭଳି ସମାଜସେବା କାର୍ଯ୍ୟ ଲାଗି ଅଞ୍ଚଳବାସୀଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଜିଲା ବ୍ୟତୀତ ବାହାର ଜିଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ଏଥିଲାଗି ଉମାକାନ୍ତଙ୍କୁ ମଳିଛି ବହୁ ସମ୍ବର୍ଦ୍ଧନା ଓ ସମ୍ମାନ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri