Categories: ଖେଳ

ଅନ୍ୟ ସମ୍ପ୍ରଦାୟରେ ବିବାହ କରିଛନ୍ତି ଏହିସବୁ କ୍ରିକେଟର

ଭାରତୀୟ କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ୟ ସମ୍ପ୍ରଦାୟରେ ବିବାହ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମିତି କିଛି କ୍ରିକେଟଙ୍କ ସମ୍ପର୍କରେ ଜାଣନ୍ତୁ

ମହମ୍ମଦ କୈଫ୍‌
ଭାରତୀୟ କ୍ରିକେଟରେ ଜଣେ ଜବରଦସ୍ତ ଫିଲ୍ଡର ଭାବେ ପରିଚିତ ମହମ୍ମଦ କୈଫ୍‌ ପୂଜା ଯାଦବଙ୍କୁ ବିବାହ କରିଛନ୍ତି। ପେସାରେ ଜଣେ ପତ୍ରକାର ଥିବା ପୂଜାଙ୍କ ସହ ୪ବର୍ଷ ଧରି ପ୍ରେମ ସମ୍ପର୍କ ପରେ ତାଙ୍କୁ ବିବାହ କରିଥିଲେ। ୨୦୧୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏଦୁହେଁ।

ଜାହିର୍‌ ଖାନ୍‌
ଭାରତୀୟ ଦଳର ପୂର୍ବତନ ପେସ୍‌ ବୋଲର୍‌ ଜାହିର୍‌ ଖାନ୍‌ ବଲିଉଡ୍‌ ଅଭିନେତ୍ରୀ ସାଗରିକା ଘାଟଗେଙ୍କୁ ବିବାହ କରିଥିଲେ। ଜାହିର୍‌ ମୁସଲମାନ ସମ୍ପ୍ରଦାୟର ହୋଇଥିବାବେଳେ ସାଗରିକା ହିନ୍ଦୁ ଧର୍ମର ଥିଲେ।

ଅଜିତ ଅଗରକର
ଭାରତୀୟ ଦଳର ପୂର୍ବତନ ପେସ୍‌ ବୋଲର୍‌ ଅଜିତ୍‌ ଅଗରକର ନିଜ ବନ୍ଧୁଙ୍କ ଭଉଣୀଙ୍କୁ ବିବାହ କରିଥିଲେ। ତାଙ୍କ ବନ୍ଧୁ ମଜହର ଭଉଣୀ ଫାତିମାକୁ ନେଇ ମ୍ୟାଚ୍‌ ଦେଖିବାକୁ ଆସୁଥିବାବେଳେ ଅଜିତ୍‌ଙ୍କ ପ୍ରେମରେ ପଡିଥିଲେ। ପରେ ଉଭୟ ବିବାହ କରିଥିଲେ।

ମହମ୍ମଦ ଆଜାରୁଦ୍ଦିନ
ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ବଲିଉଡ୍‌ ଅଭିନେତ୍ରୀ ସଙ୍ଗୀତା ବିଜଲାନଙ୍କୁ ବିବାହ କରିଥିଲେ।

ମନସୁର୍‌ ଅଲ୍ଲୀ ଖାନ୍‌ ପଟୌଦୀ

ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମନସୁର୍‌ ଅଲ୍ଲୀ ଖାନ୍‌ ପଟୌଦୀ ବଲିଉଡ୍‌ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ପ୍ରେମ ବିବାହ କରିଥିଲେ।

Share