ଅନ୍ତିମ ସଂସ୍କାର ପାଇଁ ଶ୍ୱଶୁରଙ୍କ ମୃତଦେହକୁ କାନ୍ଧରେ ବୋହି ନେଲେ ୪ ବୋହୂ

ପାଟନା,୩।୧: ବିହାରରେ ପରମ୍ପରାକୁ ଭାଙ୍ଗି ଶ୍ୱଶୁରଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ୪ ବୋହୂ କାନ୍ଧରେ ବୋହି ନେଇଛନ୍ତି। ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ନଓ୍ବାଦ୍‌ ଜିଲାର ଆକବରପୁରର ପାନ୍ତି ଗାଁରେ ଏଭଳି ଘଟଣା ଘଟିଛି। ଗାଁ ସରପଞ୍ଚ ଭାବେ କାର୍ଯ୍ୟ କରୁଥିବା ବୋହୂ ଶାରଦା ଦେବୀ ସମାଜକୁ ନୂଆ ବାର୍ତ୍ତା ଦେବା ପାଇଁ ଏଭଳି କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ପରିବାର ଅନ୍ୟ ସଦସ୍ୟ ମଧ୍ୟ ସମର୍ଥନ କରିଥିଲେ। ଅନ୍ୟ ବୋହୂମାନଙ୍କ ମଧ୍ୟରେ ରେଖା ଦେବୀ, ବିନ୍ଦୁ ଦେବୀ, ପୁନମ୍‌ ଦେବୀ, ଗୁଡ଼ିଆ ଦେବୀ, ସୁଲେଖା ଦେବୀ ନଈକୂଳରେ ପହଞ୍ଚି ରୀତିନୀତିରେ ଅନ୍ତିମ ସଂସ୍କାର କରିଥିଲେ।

Share