Categories: ଖେଳ

ଅନ୍ତିମ ବିଦାୟ ନେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ମେଲବର୍ଣ୍ଣ,୮।୧୦: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍‌ ଡିନ୍‌ ଜୋନ୍ସଙ୍କୁ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନ୍ତିମ ବିଦାୟ ଦିଆଯାଇଛି। ଜୋନ୍ସଙ୍କ ସେପ୍ଟେମ୍ବର ୨୪ରେ ମୁମ୍ବାଇରେ ହୃଦଘାତରେ ପରଲୋକ ଘଟିଥିଲା। ଫୁଲରେ ୩୨୪ ଲେଖାଥିବା ଏକ ଗାଡିରେ ମୃତ ଶରୀର ରଖାଯାଇ ତାଙ୍କ ପସନ୍ଦର ମେଲବର୍ଣ୍ଣ ଗ୍ରାଉଣ୍ଡ୍‌ ଚାରି ପାଖ ବୁଲାଯାଇଥିଲା। ୩୨୪ ହେଉଛି ଜୋନ୍ସଙ୍କ ଟେଷ୍ଟ କ୍ୟାପ୍‌ ନମ୍ବର। ତାଙ୍କୁ ଅନ୍ତିମ ବିଦାୟ ଦେବାବେଳେ ମାତ୍ର ୧୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ। କରୋନାର କଡାକଡି ନିୟମ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ଆଇପିଏଲ୍‌ କମେଣ୍ଟ୍ରି ପାଇଁ ଭାରତ ଆସିଥିବା ଡିନ୍‌ ଜୋନ୍ସ ସେପ୍ଟେମ୍ବର ୨୪ରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସେପ୍ଟେମ୍ବର ୨୩ ରାତିରେ ସେ କୋଲକତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ପାଇଁ କମେଣ୍ଟ୍ରି କରିଥିଲେ। ଜୋନ୍ସ ଅଷ୍ଟ୍ରେଲିଆ ପାଇଁ ୫୨ଟି ଟେଷ୍ଟ ମ୍ୟାଚ୍‌ ଏବଂ ୧୬୪ଟି ମ୍ୟାଚ୍‌ ଖେଳିଥିଲେ।

Share