ଅନ୍ତିମ ପର୍ଯ୍ୟାୟ ୯ ଲୋକ ସଭା ଆସନ ପାଇଁ ମୋଦି-ଶାହ-ମମତା ମୁହାଁମୁହିଁ

କୋଲକାତା,୧୫।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ ଆସନ ପାଇଁ ମତଦାନ ହେବ। ଆସନ ହାତେଇବା ଲାଗି ଏଠାରେ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ପ୍ରତିଯୋଗୀତା ଜାରି ରହିଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହାଁମୁହିଁ ହୋଇଛନ୍ତି। ମୋଦି ଲହରକୁ ଅଟକାଇବା ପାଇଁ ମମତା ପୁରା ଦମ୍‌ରେ ଲାଗିଛନ୍ତି। ୨୦୧୪ରେ ଭାଜପା ଉତ୍ତରପ୍ରଦେଶରେ ୭୧ ଆସନରେ ବିଜୟ ଲାଭ କରିଥିଲା। ତେବେ ସାମ୍ପ୍ରତିକ ପରିବର୍ତ୍ତିତ ରାଜନୀତିରେ ଉତ୍ତରପ୍ରଦେଶରେ ପୂର୍ବ ସଫଳତା ଭାଜପା ଖାତାକୁ ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଭାଜପା ପଶ୍ଚିମବଙ୍ଗ ଲୋକସଭା ଆସନରରୁ କିଛି ହାତେଇବାର ଉଦ୍ୟମ କରୁଛି। ମାତ୍ର ମମତା ଦିଦିଙ୍କ ହୁଙ୍କାର ଯୋଗୁ ଏହା ସମ୍ଭବ ହୋଇପାରୁ ନ ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share