Posted inଖେଳ

ଅନ୍ତିମ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ,୧୯।୧(ପି.ଟି.)- ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମ ରବିବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ସିରିଜ ୧-୧ ସମାନସ୍ତରରେ ଥିବା ବେଳେ ଏହି ମ୍ୟାଚ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ସିରିଜ ଜିତିବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ ଜିତିବା ଜରୁରୀ ହୋଇପଡିଛି। ବିଶ୍ୱ କ୍ରିକେଟର ଦୁଇ ଶ୍ରେଷ୍ଠ ଦଳ ମଧ୍ୟ ଆଉ ଏକ ରୋମାଞ୍ଚକ ଲଢେଇ ଦେଖିବାକୁ ମିଳିବ। ମୁମ୍ବାଇରେ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭୪ଟି ବଲ୍‌ ବାକି ରଖି ୧୦ ଉଇକେଟରେ ଅତି ସହଜରେ ଭାରତକୁ ହରାଇଥିଲା। ତେବେ ରାଜକୋଟ୍‌ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୩୬ ରନରେ ବିଜୟ ହାସଲ କରିଥିଲା। ବିଜୟୀ ହେଲେ ଅଷ୍ଟ୍ରେଲିଆ ଭାରତ ମାଟିରେ କ୍ରମାଗତ ଦ୍ୱିତୀୟ ଦିନିକିଆ ସିରିଜ ବିଜୟ ହାସଲ କରି ବିରଳ ସଫଳତା ହାସଲ କରିବ। ଦ୍ୱିତୀୟ ଦିନିକିଆ ଭାରତ ତା’ର ବ୍ୟାଟିଂ କ୍ରମକୁ ସୁଧାରିବାରେ ସକ୍ଷମ ହୋଇଛି। ନୂଆ ବ୍ୟାଟିଂ କ୍ରମ ନମ୍ବର ୫ ରେ ଲୋକେଶ ରାହୁଲ ସଫଳତ ହୋଇଛନ୍ତି। ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ। ସେହିପରି ବ୍ୟାଟିଂ ସୁପରଷ୍ଟାର ତଥା ଅଧିନାୟକ ବିରାଟ କୋହଲି ମଧ୍ୟ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଓ ତାଙ୍କ ଚିରାଚରିତ ୩ ନମ୍ବରରେ ବ୍ୟାଟିଂ କରି ବେଶ୍‌ ସଫଳ ହୋଇଥିଲେ। ଶ୍ରେୟାସ ଆୟାର ୪ ନମ୍ବରରେ ବ୍ୟାଟିଂ କରିଥିଲେ।
ରୋହିତ ଫିଲ୍ଡଂ କରିଥିବା ବେଳେ କାନ୍ଧରେ ଆଘାତ ପାଇଥିଲେ। ତେବେ ସେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ଠିକ୍‌ ହୋଇଯାଇଥିବେ ବୋଲି କୋହଲି ଆଶା ପ୍ରକାଶ କରିଛନ୍ତି। ଶୁକ୍ରବାର ବ୍ୟାଟିଂ କରୁଥିବା ବେଳେ ଧାଓ୍ବନ ମଧ୍ୟ ପ୍ୟାଟ୍‌ କୁମିନ୍ସଙ୍କ ବାଉନ୍ସରରେ ଆହତ ହୋଇଥିଲେ। ରୋହିତ ଓ ଧାଓ୍ବନଙ୍କ ଆହତ ହେବା ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତା ବଢାଇଛି। ଏହି ବ୍ୟାଟ୍ସମ୍ୟାନଙ୍କ ଆଘାତ ସମସ୍ୟାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି। ଏମାନଙ୍କ ଇଞ୍ଜୁରି ସମସ୍ୟାକୁ ନିରୀକ୍ଷଣ କରାଯାଉଛି। ତେବେ ମ୍ୟାଚ୍‌ ଠିକ୍‌ ପୂର୍ବରୁ ଏମାନେ ଖେଳିବେ କି ନା ସେ ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ୍‌ ଦ୍ୱିତୀୟ ଦିନିକିଆରେ ଖେଳିବାର ସୁଯୋଗ ମିଳିଥିଲା। ତେବେ ଯଦି ପନ୍ତ ଫିଟ୍‌ ଥିବେ ସେ ତୃତୀୟ ଦିନିକିଆ ଖେଳିବେ କି ନା ତାହା ଦେଖିବାକୁ ବାକି ରହିଲା।
୫ ନମ୍ବରରେ ରାହୁଲ ଜବରଦସ୍ତ ବ୍ୟାଟିଂ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ରାହୁଲଙ୍କ ସଫଳତା ଦଳରେ ନୂଆ ସନ୍ତୁଳନ ଆଣିଛି। ଜଣେ ସ୍ପେଶାଲିଷ୍ଟ ଓପନର ହୋଇଥିଲେ ମଧ୍ୟ ରାହୁଲ ନୂଆ ସ୍ଥାନରେ ବ୍ୟାଟିଂ କରି ୧୫୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ ରେଟ୍‌ରେ ରନ ସଂଗ୍ରହ କରିଥିଲେ। ଗତ ମ୍ୟାଚ୍‌ରେ ମଧ୍ୟ ସେ ୩ ନମ୍ବରରେ ବ୍ୟାଟିଂ କରିଥିଲେ। ତେଣୁ ଏହା ଭାରତ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି।
ଅପରପକ୍ଷରେ ପରାସ୍ତ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦଳରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ଭଲ ଚେଜ୍‌ କରିଥିଲା। ତେବେ କୁଲଦୀପ ସ୍ମିଥ୍‌ ଓ କାରେଙ୍କୁ ଆଉଟ କରିବା ପରେ କଥା ଅଲଗା ହୋଇଥିଲା। ଶେଷ ଆଡକୁ ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ନିଜ ପ୍ରଥମ ଦିନିକିଆ ଇନିଂସରେ ଭଲ ଖେଳିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସମୟରେ ଆଉଟ ହୋଇଥିଲେ। ବୋଲିଂରେ ମିଚେଲ ଷ୍ଟାର୍କ ୧୦ ସଭରରେ ୭୮ ରନ ବ୍ୟୟକରି ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ପ୍ୟାଟ୍‌ କୁମିନ୍ସ ମଧ୍ୟ ମହଙ୍ଗ ସାବ୍ୟସ୍ତ ହୋଇଥିଲେ। ସ୍ପିନର ଆଡାମ ଜାମ୍ପା ଦିନିକିଆ ପଞ୍ଚମଥର ପାଇଁ କୋହଲିଙ୍କ ଆଉଟ କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେବେ ବାମହାତୀ ସ୍ପିନର ଆଷ୍ଟନ ଅଗର ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇ ନ ଥିଲେ। ତେବେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ସେ ପ୍ରଦର୍ଶନରେ ଉନ୍ନତି ଆଣିବେ ବୋଲି ଆଶା କରାଯାଉଛି। ରବିବାର ଏହି ନିର୍ଣ୍ଣାୟକ ମ୍ୟାଚ ରୋମାଞ୍ଚକ ହେବ ଓ ଦର୍ଶକ ଏହାର ମଜାନେବେ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, କେଦାର ଯାଦବ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ନବଦୀପ ସଇନି, ଯଶପ୍ରୀତ ବୁମ୍‌ରା, ଶାର୍ଦ୍ଦୂଳ ଠାକୁର ଓ ମହମ୍ମଦ ସାମି।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଆଲେକ୍ସ କାରେ (ଉଇକେଟକିପର), ପାଟ୍ରିକ କୁମିନ୍ସ, ସିନ୍‌ ଆବୋଟ୍ଟ, ଆଷ୍ଟନ ଅଗର, ପିଟର ହ୍ୟାଣ୍ଡ୍ସକମ୍ବ, ଜୋଶ ହାଜେଲଉଡ, ମାର୍ନସ ଲାବୁସେନ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ୍‌, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
ସମୟ: ଅପରାହ୍ନ ୧.୩୦
ସ୍ଥାନ: ବେଙ୍ଗାଲୁରୁ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri