Categories: ଖେଳ

ଅନ୍ତିମ ଦିନିକିଆ ଉପରେ ସଭିଙ୍କ ନଜର

ନୂଆଦିଲ୍ଲୀ,୧୦ା୧୦: ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ର ଅନ୍ତିମ ମୁକାବିଲା ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯିବ। ମଙ୍ଗଳବାର ଖେଳାଯିବାକୁ ଥିବା ସିରିଜ୍‌ ନିର୍ଣ୍ଣାୟକରେ ଭାରତୀୟ ଓପ୍‌ନରଙ୍କ ଉପରେ ସଭିଙ୍କ ନଜର ରହିବ। ସିରିଜ୍‌ ୧-୧ରେ ରହିଥିବା ବେଳେ ଉଭୟ ଖେଳାଳି ରନ୍‌ ସଂଗ୍ରହ କରିବାକୁ ଅସମର୍ଥ ହୋଇଛନ୍ତି। ଶିଖର ଧାଓ୍ବନ ମାତ୍ର ୧୭ ରନ୍‌ କରିଥିବା ବେଳେ ଶୁବମନ ଗିଲ୍‌ ମଧ୍ୟ ଏକ ଭଲ ଇନିଂସ ସହିତ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ସ୍ଥାନ ପକ୍କା କରିବାକୁ ଚାହିଁବେ। ଦ୍ୱିତୀୟ ମ୍ୟାଚ୍‌ରେ ଗିଲ୍‌ଙ୍କୁ ଭଲ ଆରମ୍ଭ ମିଳିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିବାରେ ସେ ବିଫଳ ହୋଇଥିଲେ। ମିଡଲ ଅର୍ଡରରେ ଶ୍ରେୟାସ୍‌ ଆୟାର ଓ ସଞ୍ଜୁ ସାମସନ୍‌ ଚମତ୍କାର ଫର୍ମରେ ରହିଛନ୍ତି। ପ୍ରଥମ ଦୁଇ ମ୍ୟାଚ୍‌ରେ ଉଭୟ ଭଲ ସ୍କୋର କରିଥିବା ବେଳେ ନିର୍ଣ୍ଣାୟକ ମ୍ୟାଚରେ ମଧ୍ୟ ସମାନ ପ୍ରଦର୍ଶନ ଆଶା ରହିବ।

Share