ଅନ୍ତର୍ଜାତୀୟ ଯୋଗ ଦିବସ: ଆୟୁର୍ବେଦ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନ୍ୟୁୟର୍କ,୧୮।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଆୟୁର୍ବେଦ ଚିକିତ୍ସାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏକ ନୂତନ ପରିଚିତି ଦେବାକୁ ଯାଉଛି। ଏହି ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରାଯିବ। ଏଥିରେ ହାଇପରଟେନସନ୍‌, ଡାଇବେଟିସ୍‌, ହାର୍ଟ ଆଟାକ୍‌ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପଲବ୍ଧ ହେବ। ଏଥିରେ ସ୍ବାସ୍ଥ୍ୟ ଚିକିତ୍ସା ସମ୍ପର୍କରେ ବିଭିନ୍ନ ଗବେଷଣାଗତ ତଥ୍ୟ, ଆୟୁର୍ବେଦ ପଦ୍ଧତିରେ ରୋଗର ଉପଚାର ଆଦି ବିଷୟରେ ବିସ୍ତୃତ ତଥ୍ୟ ରହିବ। ୫ଶହ ଔଷଧ ଉପରେ ଗବେଷଣା ପରେ ଏଥିରେ ଆବଶ୍ୟକ ତଥ୍ୟକୁ ସାମିଲ୍‌ କରାଯାଇଛି। ଏଥିରେ ଦେଶର ସାଢ଼େ ୧୨ ହଜାର ହେଲଥ୍‌ ଏବଂ ଓ୍ବେଲନେସ୍‌ ସେଣ୍ଟର ସମ୍ପର୍କରେ ସୂଚନା ରହିଥିବା କୁହାଯାଉଛି।

Share