ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ:୮ରେ ମହିଳାଙ୍କ କାର୍‌ ରାଲି

ଭୁବନେଶ୍ୱର, ୧।୩(ବ୍ୟୁରୋ): ସେବା ପ୍ରୟାସ ଫାଉଣ୍ଡେଶନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରାଜଧାନୀରେ ବିଗତ ଦୁଇବର୍ଷରୁ ଚାଲି ଆସୁଥିବା ମହିଳା କାର୍‌ ରାଲି ଆସନ୍ତା ମାର୍ଚ୍ଚ ୮ ରେ ଆୟୋଜିତ ହେବ। ଚଳିତବର୍ଷ ଏହି ରାଲି ସ୍ୟାଣ୍ଡି ଟାୱାର ପାର୍ଶ୍ୱରେ ଥିବା ସଡକଠାରୁ ଆରମ୍ଭ ହୋଇ ଜୟଦେବ ବିହାର, ଆଚାର୍ଯ୍ୟବିହାର, ବାଣୀବିହାର, ରାମମନ୍ଦିର ଛକ, ସୈନିକ ସ୍କୁଲ ଛକ ଓ କିଟ୍‌ କ୍ୟାମ୍ପସ୍‌-୧ ଗ୍ରାଉଣ୍ଡରେ ପହଞ୍ଚତ୍ବ। ଏହି ଅବସରରେ ଫାଉଣ୍ଡେଶନ ପକ୍ଷରୁ ମହିଳାଙ୍କୁ ବିଭିନ୍ନ ବର୍ଗରେ ବିରାଙ୍ଗନା ପୁରସ୍କାର ଏବଂ କଳିଙ୍ଗ ବିରାଙ୍ଗନା ପୁରସ୍କାର ପ୍ରଦାନ କରାଯିବା ସହ କାର୍‌ ରାଲିରେ ବିଜୟୀ ହୋଇଥିବା ମହିଳାଙ୍କୁ ସମ୍ମାନିତ କରାଯିବ। ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା ପରିସରରେ ଫାଉଣ୍ଡେଶନ ପକ୍ଷରୁ ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଫାଉଣ୍ଡର୍‌ ଲିଙ୍କନ୍‌ ସୁବୁଦ୍ଧି, ନିର୍ଦ୍ଦେଶିକା ନମ୍ରତା ଚଢା ଏବଂ ବିଶିଷ୍ଟ ଆଥ୍‌ଲେଟ୍‌ ଓ ରାଲିର ଉପଦେଷ୍ଟା ଅନୁରାଧା ବିଶ୍ବାଳ ଏହି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଇଚ୍ଛୁକ ମହିଳାମାନେ https://form.jotform.com/20053888362605p ଏହି ଲିଙ୍କ ଖୋଲି ନିଜ ନାମ ପଞ୍ଜୀକରଣ କରିବାକୁ ଏହି ଅବସରରେ ଫାଉଣ୍ଡର୍‌ ସୁବୁଦ୍ଧି ଅନୁରୋଧ କରିଛନ୍ତି।