ଅନ୍ତର୍ଜାତୀୟ ଅଭିଲେଖ ଦିବସ ପାଳିତ : ପ୍ରତି ଜିଲାରେ ପ୍ରତିଷ୍ଠା ହେବ ଶାଖା ଅଭିଲେଖାଗାର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ଏଣିକି ସମଗ୍ର ରାଜ୍ୟରେ ପ୍ରତିଷ୍ଠା ହେବ ଅଭିଲେଖାଗାର। ସମଗ୍ର ରାଜ୍ୟବାସୀ ଅଭିଲେଖାଗାରର ଆବଶ୍ୟକତା, ଏହାର ମହତ୍ତ୍ୱ ଓ କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେବେ। ଅଭିଲେଖାଗାର ମାଧ୍ୟମରେ ରାଜ୍ୟ ତଥା ଦେଶର ଇତିହାସ, ନଥିପତ୍ର ଓ ପୁରାତନ ଦସ୍ତାବିଜ୍‌ ଆଦି ସମ୍ପର୍କରେ ଜାଣିପାରିବେ। ଭୁବନେଶ୍ୱରରେ ଥିବା ରାଜ୍ୟ ଅଭିଲେଖାଗାରର ଶାଖା ଅଭିଲେଖାଗାର ଭାବେ ଓଡ଼ିଶାର ବିଭିନ୍ନ ଜିଲାରେ ଏହା ପ୍ରତିଷ୍ଠା ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶାଖା ଅଭିଲେଖାଗାର ପ୍ରତିଷ୍ଠା ସାଙ୍ଗକୁ ଜିଲାସ୍ତରରୁ ନଥିପତ୍ର ସଂଗ୍ରହ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟ ଅଭିଲେଖ ଦିବସ ଅବସରରେ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ, ବ୍ଲକସ୍ତରରୁ ଆରମ୍ଭ କରି ଜିଲାସ୍ତର ପର୍ଯ୍ୟନ୍ତ ତ୍ୱରିତ ପ୍ରକ୍ରିୟା ମାଧ୍ୟମରେ ଦଲିଲ ଦସ୍ତାବିଜ୍‌ ସଂଗ୍ରହ ଉପରେ ଏଣିକି ଗୁରୁତ୍ୱ ଦିଆଯିବ। ଅଭିଲେଖାଗାରର ଉନ୍ନତ ରୂପରେଖ ନିମନ୍ତେ ବୈଷୟିକ ତଥା ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ପ୍ରାଥମିକତା ଦିଆଯିବ। ଏହାସହିତ ଅଭିଲେଖାଗାର କର୍ମଚାରୀମାନଙ୍କର ଦକ୍ଷତା ଏବଂ ପାରଦର୍ଶିତାର ଅଭିବୃଦ୍ଧି ନିମନ୍ତେ ଉଦ୍ୟମ ହେବା ବାଞ୍ଛନୀୟ ବୋଲି ମନ୍ତ୍ରୀ କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ସ୍ଥାପନ ନିମନ୍ତେ ପରାମର୍ଶ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ସଭାରେ ଅଧ୍ୟକ୍ଷତା କରି ଶାଖା ଅଭିଲେଖାଗାର ପ୍ରତିଷ୍ଠା ଓ ନଥିପତ୍ର ସଂଗ୍ରହ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ। ଚଳିତବର୍ଷର ପ୍ରସଙ୍ଗ ‘ଏକବିଂଶ ଶତାବ୍ଦୀରେ ଅଭିଲେଖାଗାରର ରୂପରେଖ’ ଉପରେ ବିଶିଷ୍ଟ ପ୍ରଯୁକ୍ତି ବିଜ୍ଞାନୀ ପ୍ରଫେସର ସଂଘମିତ୍ରା ମହାନ୍ତି ଅଭିଲେଖାଗାରର ସାମଗ୍ରିକ ଅଭିବୃଦ୍ଧି ଏବଂ ଜନସାଧାରଣଙ୍କ ସହିତ ଏହାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆୟୋଜିତ ଓଡ଼ିଆ ଚଳଚ୍ଚିତ୍ର ଗ୍ରାମଫୋନ ରେକର୍ଡର ପ୍ରଚ୍ଛଦ ଆଧାରିତ ପ୍ରଦର୍ଶନୀକୁ ମନ୍ତ୍ରୀ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ। ଚଳିତବର୍ଷ ଅଷ୍ଟ୍ରେଲିଆର ଏଡ୍‌ଲେଡ୍‌ରେ ଆନ୍ତର୍ଜାତିକ ଅଭିଲେଖ ମହାସଂଘ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ପ୍ରାମାଣିକ ଦସ୍ତାବିଜ୍‌ର ଡିଜିଟାଇଜେସନ, ସାମଗ୍ରୀ ସଂଗ୍ରହ ଅଭ୍ୟାସ, ଅଭିଲେଖାଗାରର ରୂପରେଖ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri