Posted inଫୁରସତ

ଅନ୍ତରୀକ୍ଷରୁ ଆସିଥାଏ ସୁନା

ଖାଲି ଭାରତ ନୁହେଁ, ସମଗ୍ର ବିଶ୍ୱରେ ସୁନାର ଚାହିଦା ଅଧିକ। ଏହି ହଳଦିଆ ରଙ୍ଗ ଧାତୁର ଉତ୍ପତ୍ତି ନେଇ ଅନେକ ତର୍କ ବିତର୍କ ରହିଛି। ଏହା କେଉଁଠୁ ଏବଂ କେମିତି ଆସୁଛି ସେନେଇ ବୈଜ୍ଞାନିକଙ୍କ ପାଖରେ ସଠିକ୍‌ ତଥ୍ୟ ନାହିଁ। ମାତ୍ର କିଛି ବୈଜ୍ଞାନିକ କୁହନ୍ତି, ପୃଥିବୀପୃଷ୍ଠରେ ଥିବା ସୁନା ପୃଥିବୀର ସମ୍ପତ୍ତି ନୁହେଁ। ଏହା ଅନ୍ତରୀକ୍ଷରୁ ଉଲ୍‌କାପିଣ୍ଡ ଜରିଆରେ ଆସିଥାଏ।

ବୈଜ୍ଞାନିକ ଜନ୍‌ ଏମ୍‌ସ୍ଲି କୁହନ୍ତି, ଏହି ଧାତୁ ଉଲ୍‌କାପିଣ୍ଡ ରୂପରେ ପୃଥିବୀକୁ ଆସିଥାଏ। କାରଣ ଏହା ପୃଥିବୀର ବାହାର ଅଂଶରୁ ମିଳିଥାଏ। ସୁନାର ଉପଲବ୍ଧତା ବିଷୟରେ କିଛି ବର୍ଷ ଧରି ଚର୍ଚ୍ଚା ହୋଇଆସୁଥିବା ବେଳେ ବୈଜ୍ଞାନିକମାନେ ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ପୃଥିବୀର ପ୍ରାୟ ୨୫ ମାଇଲ୍‌ ମୋଟେଇ ବାହାର ଅଂଶରେ ମିଶୁଥିବା ୧୦୦୦ ଟନ୍‌ ଧାତୁରେ କେବଳ ୧.୩ ଗ୍ରାମ ସୁନା ରହିଥାଏ।


ଲଣ୍ଡନର ଇମ୍ପରିୟଲ କଲେଜର ଭୂଗର୍ଭଶାସ୍ତ୍ରୀ ମଥିଆ ବିଲ୍‌ବୋଲ୍ଡ କୁହନ୍ତି, ଉଲ୍‌କାପିଣ୍ଡରେ କିଛିମାତ୍ରାରେ ସୁନା ରହିଥାଏ। କରାଯାଇଥିବା ସିଦ୍ଧାନ୍ତ ଉଲ୍‌କାପିଣ୍ଡର ଗତିବିଧି ସହିତ ମେଳ ଖାଉଛି। ଯେଉଁଥିରୁ ବୈଜ୍ଞାନିକମାନେ ଏହା ଅନୁମାନ କରୁଛନ୍ତି। ଏହି ଘଟଣା ପ୍ରାୟ ୩.୮ ଅରବ ବର୍ଷ ପୂର୍ବରୁ ଘଟିଥିଲା। ୧୯୭୦ ଦଶକରେ ଆପୋଲୋ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଉଲ୍‌କାପିଣ୍ଡ ଜରିଆରେ ପୃଥିବୀକୁ ସୁନା ଆସିଥିବା ସିଦ୍ଧାନ୍ତ ନିଆଯାଇଥିଲା। ଚନ୍ଦ୍ରପୃଷ୍ଠରୁ ନିଆଯାଇଥିବା ନମୁନାରୁ ଜଣାପଡ଼ିଛି, ଅନ୍ତରୀକ୍ଷରୁ ରେଡିୟମଯୁକ୍ତ ଉଲ୍‌କାପିଣ୍ଡ ଖସିଥିଲା। ପରୀକ୍ଷା କରାଯିବାରୁ ଏଥିରେ ସୁନା ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri