ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ: ଆଉ ଏକ ନୂଆ ଭିଡିଓ ଶେୟାର କଲେ ମୋଦି

ନୂଆଦିଲ୍ଲୀ,୧୮।୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଆସନ୍ତା ୨୧ ତାରିଖରେ ପାଳନ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଥ୍ରିଡି ଆନିମେଟେଡ ଯୋଗ ଅପଲୋଡ କରୁଛନ୍ତି। ଏହି କ୍ରମରେ ସୋମବାର ମୋଦି ତାଙ୍କ ଟୁଇଟରରେ ‘ସେତୁ ବନ୍ଧାସନ’ ବା ବ୍ରିଜ୍‌ ପୋଶ୍ଚର୍‌ର ଏକ ଥ୍ରିଡି ଭିଡିଓ ଅପଲୋଡ କରିଛନ୍ତି। କେବଳ ସେତିକି ନୁହେଁ ଏହାଶ୍‌ଦ୍ୱାରା ଶରୀରର କି କି ଉପକାର ହୋଇଥାଏ ତାହା ମଧ୍ୟ ଉକ୍ତ ଭିଡିଓରେ ଦର୍ଶାଯାଇଛି।

Share