ଅନୁଷ୍କାଙ୍କ ‘ବୁଲବୁଲ’ର ପ୍ରଥମ ଲୁକ୍‌ ରିଲିଜ୍‌

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତିି ଅନୁଷ୍କା ଶର୍ମା। ସେସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଅନୁଷ୍କାଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ନୂଆ ଫିଲ୍ମ ‘ବୁଲବୁଲ’ର ପ୍ରଥମ ଲୁକ୍‌ ରିଲିଜ୍‌ ହୋଇଛି। ଏହାର ଟିଜର ସୋସିଆଲ ମିଡିଆରେ ଅନୁଷ୍କା ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ବୁଲବୁଲ ନିଜକୁ ଖୋଜିବୁଲୁଥିବା ଏକ ଝିଅର କାହାଣୀ। ଯାହାକି ରହସ୍ୟମୟ ରହିଛି। ଟିଜରରେ ଜଣେ ଛୋଟ ଝିଅ ଖୋଲା ଆକାଶରେ ଉଡୁଥିବା ନଜର ଆସିଛନ୍ତି।

Share