ଅନୁଷ୍କାଙ୍କ ଚମତ୍କାରୀ ପୋଷାକର ଦାମକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ଏବେ ଖୁବ୍‌ ଚର୍ଚ୍ଚାରେ। କାରଣ ନିକଟରେ ଅନୁଷ୍କା ମା’ ହେବା ଖବର ବିରାଟ ଜଣାଇବା ପରେ ଏବେ ଏମାନଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଏମାନଙ୍କ ପ୍ରଶଂସକଙ୍କର ସବୁଠାରୁ ବେଶୀ ଦୃଷ୍ଟି ଆକର୍ଷଣ କରିଛି ଅନୁଷ୍କା ଶର୍ମା ଯେଉଁ ଡ୍ରେସ୍‌ ପିନ୍ଧି ମା’ ହେବା ଖବରର ଫଟୋଟି ଶେୟାର କରିଛନ୍ତି। ଏହାକୁ ଏକ ଚମତ୍କାରୀ ପୋଷାକ ବୋଲି କୁହାଯାଉଛି। କାରଣ ହେଉଛି ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ବି ଏହି ଡ୍ରେସ୍‌ରେ ନଜର ଆସିଥିଲେ। ସେଥିପାଇଁ ଏହି ଡ୍ରେସକୁ ଚମତ୍କାରୀ ବୋଲି କୁହାଯାଉଛି। କାରଣ ନତାଶା ନିକଟରେ ମା’ ହୋଇଛନ୍ତି। ତେଣୁ ଏହି ପୋଷାକର ଗର୍ଭଧାରଣ ସହ କିଛି ସ୍ବତନ୍ତ୍ର ସମ୍ପର୍କ ରହିଛି ବୋଲି କୁହାଯାଉଛି। ବ୍ଲାକ କଲରରେ ଧଳା ଡଟ୍ସ ଥିବା ଏହି ଡ୍ରେସ ଏବେ ବିରୁଷ୍କାଙ୍କ ପ୍ରଶଂସକଙ୍କୁ ବେଶ୍‌ ଆକର୍ଷିତ କରିଛି। କେବଳ ଏହାର ଚମତ୍କାରିତା ପାଇଁ ନୁହେଁ ଏବେ ଏହି ପୋଷାକଟି ତା’ର ଦାମକୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଛି। ଏହା ଏକ ଅଷ୍ଟ୍ରେଲିଆ ବ୍ରାଣ୍ଡ ଲାବେଲ ନିକୋଲସର ହୋଇଥିବା ବେଳେ କୁହାଯାଉଛି କି ଅନୁଷ୍କାଙ୍କ ଏହି ଡ୍ରେସର ଦାମ କୁଆଡେ ୪୫ ହଜାର ଟଙ୍କା। ସୂଚନାଯୋଗ୍ୟ, ନିକଟରେ ଏହି ଡ୍ରେସ ପିନ୍ଧି ଅନୁଷ୍କା ବିରାଟଙ୍କ ସହ ଏକ ଫଟୋ ଶେୟାର କରିବା ସହ ଲେଖିଥିଲେ, ଏବେ ଆମେ ୨ରୁ ୩ ହେବାକୁ ଯାଉଛୁ। ଏହାପରେ ସେମାନଙ୍କ ନିକଟକୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri