ଅନୁଷ୍କାଙ୍କ ପାଇଁ କରଓ୍ବାଚୌଥ ବ୍ରତ ରଖିଲେ ବିରାଟ!

ମୁମ୍ବାଇ: ନିକଟରେ ପାଳନ କରାଯାଇଛି କରଓ୍ବାଚୌଥ ବ୍ରତ। ଏଥିରେ ସବୁ ବିବାହିତାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥିଲେ। ବଲିଉଡ୍‌ ମଧ୍ୟ ଏଥିରୁ ବାଦ୍‌ ଯାଇ ନ ଥିଲା। ତେବେ କରଓ୍ବାଚୌଥ କେବଳ ସ୍ତ୍ରୀମାନେ କରିଥାଆନ୍ତି ବୋଲି କୁହାଯାଏ। ହେଲେ ବଲିଉଡ୍‌ ବିୟୁଟି ଅନୁଷ୍କା ଶର୍ମାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ଅନୁଷ୍କାଙ୍କ ପାଇଁ କରଓ୍ବାଚୌଥ ରଖିଥିବା ଦେଖାଯାଇଛି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ କରଓ୍ବାଚୌଥ ଦିନ ବିରାଟ ତାଙ୍କ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଆଉ ସେଥିରେ ଲେଖିଛନ୍ତି, ‘ଯେଉଁମାନେ ଏକାଠି ବ୍ରତ ରଖନ୍ତି ସେମାନେ ଏକାଠି ହସି ଥାଆନ୍ତି, ହାପି କରଓ୍ବାଚୌଥ’। ଏବେ ଏହି କ୍ୟାପଶନରୁ ସ୍ପଷ୍ଟ ହୋଇଛି କି ବିରାଟ ଅନୁଷ୍କାଙ୍କ ପାଇଁ କରଓ୍ବାଚୌଥ ବ୍ରତ ରଖିଥିଲେ। ଆଉ ଏହାପରେ ଅନୁଷ୍କା ମଧ୍ୟ ଦୁହିଁଙ୍କର ଏକ ଫଟୋ ଶେୟାର କରି ଲେଖିଛନ୍ତି , ‘ମୋ ଜୀବନ ଓ ଏହା ପରର ସାଥୀ ଆଉ ଆଜିର ଉପବାସର ସାଥୀ’। ଅନୁଷ୍କାଙ୍କ ଏହି କଥା ମଧ୍ୟ ପୁଣିଥରେ ବିରାଟଙ୍କ କରଓ୍ବାଚୌଥକୁ ନେଇ ସ୍ପଷ୍ଟ ତଥ୍ୟ ଦେଇଛି। ଆଉ ବିରୁଷ୍କାଙ୍କର ଏହି ପୋଷ୍ଟ କିଛି ସମୟ ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଇଥିବା ଦେଖାଯାଇଥିଲା। କମେଟ୍‌ ପରେ କମେଟ୍‌ ଆସିବା ସହ କେତେଜଣ ୟୁଜର ଅନୁଷ୍କା ବିଶ୍ୱର ସବୁଠାରୁ ଭଲ ସ୍ବାମୀ ପାଇଛନ୍ତି ବୋଲି ଲେଖିବାକୁ ଭୁଲି ନ ଥିଲେ।

Share