Categories: ଖେଳ

ଅନୁଷ୍କାଙ୍କୁ ବେଷ୍ଟ୍‌ ଫଟୋଗ୍ରାଫର୍‌ କହିଲେ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୁଇଜରଲାଣ୍ଡରେ ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କାଟୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ବିରାଟ ଫଟୋ ଶେୟାର କରୁଥିବାର ଦେଖାଯାଇଛି। ନିକଟରେ ସେ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ଅନୁଷ୍କା ଉଠାଇଥିଲେ। ଏହି ଫଟୋ ପାଇଁ ଅନୁଷ୍କା ଶର୍ମାଙ୍କୁ ବେଷ୍ଟ ଫଟୋଗ୍ରାଫର୍‌ ବିବେଚିତ କରିଛନ୍ତି। ବିରାଟ ଲେଖିଛନ୍ତି, ଯେତେବେଳେ ଆପଣଙ୍କ ପାଖରେ ବେଷ୍ଟ ଫଟୋଗ୍ରାଫର ଉପସ୍ଥିତ ଅଛନ୍ତି, ସେତେବେଳେ ଫଟୋକୁ ଉଠାଇବା ନେଇ କୌଣସି ପ୍ରକାରର ଷ୍ଟ୍ରେସ ନ ଥାଏ। ସୂଚନାଯୋଗ୍ୟ, ଭାରତୀୟ ଦଳ ଜାନୁଆରୀ ୫ ତାରିଖରୁ ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ସିରିଜର ପ୍ରଥମ ମ୍ୟାଚ ଗୌହାଟୀରେ, ଦ୍ୱିତୀୟ ମ୍ୟାଚ ଜାନୁଆରୀ ୭ ତାରିଖରେ ଇନ୍ଦୋର ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ ୯ ତାରିଖରେ ପୁଣେରେ ଖେଳାଯିବ।

Share