Categories: ଖେଳ

ଅନୁଷ୍କାଙ୍କୁ ବିବାହ ବାର୍ଷିକୀର ଉପହାର ଦେଲେ ବିରାଟ କୋହଲି

ମୁମ୍ବାଇ, ୧୨।୧୨: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭାରତ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ହାତେଇଛି। ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ବ୍ୟାଟରୁ ଧୂଆଁଧାର ଛକ୍କା, ଚୌକା ଦେଖିବାକୁ ମିଳିଥିଲା। ବିରାଟ କୋହଲିଙ୍କ ପାଇଁ ଏହି ମ୍ୟାଚ୍‌ ଖାସ୍‌ ଥିଲା। କାରଣ ବୁଧବାର ସେ ଦ୍ୱିତୀୟ ବିବାହ ବାର୍ଷିକୀ ପାଳନ କରୁଥିଲେ। ଏହି ମ୍ୟାଚ୍‌ରେ ସେ ଦମଦାର ଖେଲିଥିଲେ। ସେ ୭ଟି ଛକ୍କା ଏବଂ ୪ଟି ଚୌକା ସହ ୨୯ଟି ବଲରେ ୭୦ ରନ ଯୋଡ଼ିଥିଲେ। କୋହଲିଙ୍କର ଷ୍ଟ୍ରାଇକ ରେଟ ୨୪୧ ରହିଥିଲା। ବିରାଟ ଏହି ମ୍ୟାଚ୍‌କୁ ୬୭ ରନ୍‌ରେ ଜିତି ସ୍ତ୍ରୀ ଅନୁଷ୍କାଙ୍କୁ ବିବାହ ବାର୍ଷିକୀର ଜବରଦସ୍ତ ଉପହାର ଦେଇଥିଲେ। ୨୦୧୭ ଡିସେମ୍ବର ୧୧ରେ ଇଟାଲୀରେ ଲୁଚିଛପି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ କୋହଲି।

Share