Categories: ଖେଳ

ଅନୁଷ୍କାଙ୍କୁ ବିବାହ ପୂର୍ବରୁ ଏହି ୪ ଅଭିନେତ୍ରୀଙ୍କ ସହ ଥିଲା ବିରାଟ କୋହଲିଙ୍କ ଆଫେୟାର୍ସ

ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପୂର୍ବରୁ ବିରାଟ କୋହଲିଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ଯୋଡା ଯାଇଥିଲା। ସାକ୍ଷୀ ଅଗ୍ରଓ୍ବାଲ, ତମନ୍ନା ଭାଟ୍ଟିଆ, ଇଜାବେଲ ଲେଟ, ସାରା ଜନ ଡାଏସଙ୍କ ଭଳି ଅଭିନେତ୍ରୀଙ୍କ ସହ ବିରାଟଙ୍କ ଆଫେୟାର୍ସ ଥିଲା ବୋଲି କୁହାଯାଏ।
ସାକ୍ଷୀ କନ୍ନଡ ଫିଲ୍ମରେ ସକ୍ରିୟ ଅଛନ୍ତି। ବିରାଟ ବେଙ୍ଗାଲୁରୁ ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଆପିଏଲ ଖେଳୁଥିବାବେଳେ ସାକ୍ଷୀଙ୍କ ସହ ଭେଟ ହୋଇଥିଲା। କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନ ଥିଲା।
ତମନ୍ନା ଏବଂ ବିରାଟ ବିଭିନ୍ନ ବିଜ୍ଞାପନ ଶୁଟିଂରେ ଏକାଠି କାମ କରିଛନ୍ତି। ଉଭୟ ଭଲ ବନ୍ଧୁ ମଧ୍ୟ। ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିବା ବେଶ୍‌ ଚର୍ଚ୍ଚା ହେଉଥିଲା।
ବ୍ରାଜିଲିଆନ୍‌ ମଡେଲ୍‌ ଇଜାବେଲ ଅନେକ ବଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସିଥିଲେ। ସେ ଭାରତ ଆସିବା ପରେ ବିରାଟ ତାଙ୍କର ପ୍ରଥମ ବନ୍ଧୁ ଥିଲେ। ଉଭୟଙ୍କ ମଧ୍ୟରେ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ବୋଲି ଇଜାବେଲ ଏକ ସାକ୍ଷାତକାରରେ ସ୍ବୀକାର କରିଥିଲେ।
ପୂର୍ବତନ ଫେମିନା ମିସ୍‌ ଇଣ୍ଡିଆ ଥିବା ସାରା ଏକ ପାର୍ଟିରେ ବିରାଟଙ୍କୁ ଭେଟିଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। କିନ୍ତୁ ପରେ ବେଶୀ ଦିନ ପର୍ଯ୍ୟନ୍ତ ଚାଲି ନ ଥିଲା।
Share