ଅନୁରାଗଙ୍କୁ ନୃତ୍ୟ ଶିଖାଉଛନ୍ତି ଝିଅ ଆଲିଆ

ବଲିଉଡ୍‌ର ସଫଳ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ନିଜ ଫିଲ୍ମ ପାଇଁ ବେଶ୍‌ ପରିଚିତ। ନିକଟରେ ତାଙ୍କ ଫିଲ୍ମ ‘ଚୋକ୍‌ଡ’ ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଅନୁରାଗଙ୍କୁ ଝିଅ ଆଲିଆଙ୍କ ସହ ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି। ଆଲିଆ ବାପାଙ୍କୁ ନୃତ୍ୟ ଶିଖାଉଛନ୍ତି। ଭିଡିଓକୁ ସେୟାରକରି ଆଲିଆ ଲେଖିଛନ୍ତି, ବାପା ଅଧିକ ଏନ୍‌ଜୟ କରୁଛନ୍ତି।

Share