ଅନୁମୋଦନରେ ବିଳମ୍ବ କରୁଛି ତାମଡ଼ା

ଅନୁଗୋଳ ଅଫିସ, ୨୯ା୮

ଜମି କିସମ ପରିବର୍ତ୍ତନ ପାଇଁ ଆସୁଥିବା ଫାଇଲ ପଡ଼ିରହୁଛି। ଏହାକୁ ମାସେ ମଧ୍ୟରେ ଅନୁମୋଦନ ଦେବାର ନିୟମ ରହିଥିଲେ ବି ତାହାକୁ ପାଳନ କରାଯାଉ ନାହିଁ। ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) କାର୍ଯ୍ୟାଳୟରେ ଜାଣିଶୁଣି ଏପରି କରାଯାଉଥିବା ଅଭିଯୋଗ ହେଉଛି। ଏହି କାର୍ଯ୍ୟ ପାଇଁ ଜଣେ ଆରକିଟେକ୍‌ ଆସିଷ୍ଟାଣ୍ଟ ଦାୟିତ୍ୱରେ ଥିବାରୁ ଏପରି ଅସୁବିଧା ହେଉଥିବା କୁହାଯାଉଥିଲେ ମଧ୍ୟ ସାଧାରଣରେ ଏହା ବିଶ୍ୱାସଯୋଗ୍ୟ ହୋଇପାରୁ ନାହିଁ। ଏ ନେଇ ପ୍ରଶାସନିକ ଅଧିକାରୀମାନେ ରାଜସ୍ବ ବୈଠକରେ ବାରମ୍ବାର ଜିଲାପାଳଙ୍କୁ ଅବଗତ କରୁଛନ୍ତି। ହେଲେ ସମସ୍ୟାର ସମାଧାନ ହୋଇପାରୁ ନାହିଁ।
ତାମଡା ଅଧୀନରେ ଅନୁଗୋଳ, ବଅଁରପାଳ, ଛେଣ୍ଡିପଦା, କଣିହଁା, ତାଳଚେର ଓ ଢେଙ୍କାନାଳ ଜିଲାର ଓଡାପଡା ବ୍ଲକ ରହିଛି। ଏସବୁ ବ୍ଲକ ଗୁଡ଼ିକରେ ଥିବା ଜମିର କିସମ ପରିବର୍ତ୍ତନ ପାଇଁ ତାମଡାର ଅନୁମୋଦନ ଆବଶ୍ୟକ। ଏଥିପାଇଁ ତହସିଲ ପକ୍ଷରୁ ଆବେଦନକାରୀଙ୍କ ଫାଇଲ ତାମଡାକୁ ପଠାଯାଇଥାଏ। ମାସେ ମଧ୍ୟରେ ଆବେଦନ ମଞ୍ଜୁର କରି ତାମଡା ତହସିଲକୁ ରିପୋର୍ଟ ପଠାଇବା କଥା। ଏହା ନ ହେଲେ ଫାଇଲ ଅନୁମୋଦନ ହୋଇଗଲା ବୋଲି ଧରିନିଆଯିବାର ନିୟମ ରହିଛି। କିନ୍ତୁ ଦୀର୍ଘ ଏକବର୍ଷ ହେଲା ଏପରି ହଜାର ହଜାର ଫାଇଲକୁ ମଞ୍ଜୁରୀ ଦେବାରେ ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଉକ୍ତ ୬ଟି ତହସିଲରୁ ମାସକୁ ପ୍ରାୟ ୬ ଶହରୁ ଊର୍ଦ୍ଧ୍ୱ ଫାଇଲ ତାମଡାକୁ ଆସୁଛି। କିନ୍ତୁ ଠିକ୍‌ ସମୟ ମଧ୍ୟରେ ତାହା ତହସିଲକୁ ଫେରୁ ନ ଥିବାରୁ ଆବେଦନକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ସଂଖ୍ୟକ ଫାଇଲ ଅନୁମୋଦନ ପାଇଁ ଜଣେ କର୍ମଚାରୀ ରହିଛନ୍ତି। ଏହାର ଗୁରୁତ୍ୱକୁ ଦେଖି ଜିଲାପାଳ ନିକଟରେ ଆଉ ଦୁଇ ଜଣ ଆରକିଟେକ୍‌ ଆସିଷ୍ଟାଣ୍ଟଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। କିନ୍ତୁ ଉକ୍ତ ନିର୍ଦ୍ଦେଶନାମା ଏଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ତାମଡା କର୍ତ୍ତୃପକ୍ଷଙ୍କ କାର୍ଯ୍ୟକାରିତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଅନୁମୋଦନ ଦିଆଯାଉଥିବା ଅଞ୍ଚଳରେ ସବୁଜ ବଳୟ କଥାକୁ ମଧ୍ୟ ତାମଡା କର୍ତ୍ତୃପକ୍ଷ ଭୁଲି ଯାଉଛନ୍ତି। କେଉଁ ଅଞ୍ଚଳରେ କେତେ ସବୁଜ ବଳୟ ରହିବ ସେ ନିୟମ ମଧ୍ୟ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି। ବିଭିନ୍ନ ସ୍ଥାନରେ ଥିବା ଜମିରେ ଘର ନିର୍ମାଣ ଓ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଉଥିବାରୁ ବର୍ଷା ଜଳ ନିଷ୍କାସନ ପଥ ଅବରୋଧ ହୋଇଯାଉଥିବା କୁହାଯାଉଛି।
ସ୍ବାର୍ଥ ପାଇଁ ନିୟମ ବଦଳାଯାଉଛି
ହାତଗୁଞ୍ଜା ମିଳିଲେ ସରକାର ରଖିଥିବା ଗଳାବାଟ ଦେଇ ବାବୁମାନେ ନିୟମ ପରିବର୍ତ୍ତନ କରୁଛନ୍ତି। କିସମ ବଦଳାଇବା ବେଳେ ତାମଡା ପକ୍ଷରୁ ଠିକ୍‌ ଭାବେ ଅନୁଧ୍ୟାନ କରାଯାଉ ନ ଥିବାରୁ ଜଳଉତ୍ସଗୁଡ଼ିକ ପୋତାଯାଇ ଅଟ୍ଟାଳିକାମାନ ଗଢ଼ାଯାଉଛି। ଫଳରେ ସହରର ପାଣି ନିଷ୍କାସନରେ ସମସ୍ୟା ହେଉଛି।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌
ବହୁ ବିଳମ୍ବ ହେଉଛି
ତାମଡା କାର୍ଯ୍ୟାଳୟକୁ କନଭରସନ୍‌ ଫାଇଲ ପଠାଇଲେ ଏକ ମାସ ମଧ୍ୟରେ ତାହା ସେଠାରୁ ତହସିଲକୁ ଆସିବା କଥା। କିନ୍ତୁ ବାରମ୍ବାର ଫୋନ୍‌ ପରେ ମାତ୍ର ୨୫ଟି ଫାଇଲ ଆସିଛି। ଏଥିଯୋଗୁ ଆବେଦନକାରୀମାନେ ସମସ୍ୟାରେ ପଡ଼ୁଛନ୍ତି।
-ପତିତବାବନ ଦେବତା, ତହସିଲଦାର, କଣିହଁା
ବାରମ୍ବାର ଅବଗତ କରିବାକୁ ପଡ଼ୁଛି
ତାମଡା କାର୍ଯ୍ୟାଳୟଠାରୁ ଅନୁଗୋଳ ତହସିଲ ଅଫିସ ଦୂରତା ମାତ୍ର କେଇ ହାତ। କିନ୍ତୁ ପଠାଯାଉଥିବା ଫାଇଲ ମାସ ମାସ ଧରି ପଡ଼ି ରହୁଛି। ରାଜସ୍ବ ବୈଠକରେ ଆଲୋଚନା ପରେ ବି ଅସୁବିଧା ଦୂର ହେଉନାହିଁ। ଫଳରେ ତହସିଲଦାରଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି।
-ନେହେରୁ ମାଝି, ତହସିଲଦାର, ଅନୁଗୋଳ
ଅନୁଧ୍ୟାନ କରାଯିବ
ତାମଡାରେ ଜମି କିସମ ପରବର୍ତ୍ତନ ବିଳମ୍ବ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହି କାର୍ଯ୍ୟ ପାଇଁ ଜଣେ ଡିଲିଂ ଆସିଷ୍ଟାଣ୍ଟ ରହିଛନ୍ତି। ଯଦି ଦୁର୍ନୀତି ହେଉଥିବ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ମନୋଜ କୁମାର ମହାନ୍ତି, ଜିଲାପାଳ ଓ ତାମଡା ଉପାଧ୍ୟକ୍ଷ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri