Categories: ଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୧।୬: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଅନୁପ୍ରବେଶ କରୁଥିବା ୩ ଆତଙ୍କବାଦୀ ଭାରତୀୟ ସେନାଙ୍କ ଗୁଳିରେ ନିହତ ହୋଇଛନ୍ତି। ନୌଶେରା ସେକ୍ଟରରେ ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିଲେ। ଏନେଇ ଭାରତୀୟ ସେନା ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ତେବେ ସେମାନେ ଏହାକୁ ନ ମାନି ପ୍ରଥମେ ଭାରତୀୟ ସେନା ଉପରକୁ ଗୁଳି ଚାଳନା କରିଥିଲେ। ଭାରତୀୟ ସେନା ପକ୍ଷରୁ ଏହାର ଜବାବରେ ପାଲଟା ଆକ୍ରମଣ କରାଯାଇଥିଲା। ସୂଚନାଯୋଗ୍ୟ, ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରିବା ଲାଗି ଉଦ୍ୟମ କରୁଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଗୋଇନ୍ଦା ବିଭାଗ ସୂଚନା ଆଧାରରେ ନିୟନ୍ତ୍ରଣ ରେଖାରେ ମେ ୨୮ଠାରୁ ସେନା ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା।

Share