ଅନୁପଙ୍କ ଗିରଫଦାରିକୁ ବେଆଇନ କହିଲେ ଝିଅ

ଭୁବନେଶ୍ୱର,୨୫ା୨(ବ୍ୟୁରେ।): ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଗିରଫ ହୋଇଛନ୍ତି। ଛତିଶଗଡ଼ର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅନ୍ତର୍ଗତ ହମିରପୁର ଜଙ୍ଗଲରେ ଘଟିଥିବା ଏହି ବୀଭତ୍ସ ହତ୍ୟା ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଛତିଶଗଡ଼ ପୋଲିସ ପ୍ରମାଣ ଯୋଗାଡ଼ରେ ଲାଗିପଡିଛି। ଅନୁପ ପୋଲିସକୁ ସହଯୋଗ କରୁ ନ ଥିବାରୁ ତାଙ୍କୁ ବାରମ୍ବାର ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ। ଏପରି କି ଅନୁପଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଛତିଶଗଡ଼ ପୋଲିସ ହାଜର ହେବା ପାଇଁ ନୋଟିସ କରିଛି। ଏହି ନୋଟିସ ପାଇବା ପରେ ଅନୁପଙ୍କ ପରିବାର ମୁହଁ ଖୋଲିବା ସହ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ଛତିଶଗଡ଼ ପୋଲିସ ଜାଣିଶୁଣି ଏହି ହତ୍ୟା ମାମଲାରେ ଅନୁପଙ୍କୁ ଫସାଇଥିବା ପରିବାର ଲୋକେ ଅଭିଯୋଗ କରି ଜିଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ସୋମବାର ଅନୁପଙ୍କ ଝିଅ ଶୁଭସ୍ମିତା ବାପାଙ୍କ ଗିରଫଦାରିର ପ୍ରତିବାଦ କରିବା ସହ ଛତିଶଗଡ଼ ପୋଲିସ ବିରୋଧରେ ଓଏଚ୍‌ଆର୍‌ସିଙ୍କୁ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ବାପାଙ୍କୁ ଛତିଶଗଡ଼ ପୋଲିସ ବେଆଇନଭାବେ ଗିରଫ କରିଥିବାରୁ ପରିବାରର ସମ୍ମାନ ହାନି ଘଟୁଛି। ସେ ଜନ୍ମରୁ ମୂକ ଓ ବଧିର ଥିବାରୁ ତାଙ୍କୁ ବିଭିନ୍ନ ସ୍ଥାନରୁ ଅପବାଦ ଶୁଣିବାକୁ ପଡୁଛି। ତାଙ୍କ ଭବିଷ୍ୟତ ପ୍ରଭାବିତ ହୋଇଛି। ପୂରା ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି। ତେଣୁ ଛତିଶଗଡ଼ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଶୁଭସ୍ମିତା ନିବେଦନ କରିଛନ୍ତି। ସେହିଭଳି ଛତିଶଗଡ଼ ପୋଲିସର ନୋଟିସ ବିରୋଧରେ ଅନୁପଙ୍କ ପୁଅ ଶୁଭମ୍‌ ସାଏ ରାୟଗଡ଼ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଛିତଶଗଡ଼ ପୋଲିସ ଉପରେ ଭରସା ନ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଛତିଶଗଡ଼ ଯିବେ ନାହିଁ। ଯଦି ଛତିଶଗଡ଼ ପୋଲିସ ପଚରାଉଚରା କରିବାକୁ ଚାହୁଁଛି ଓଡ଼ିଶାକୁ ଆସୁ ବୋଲି ପୁଅ କୋର୍ଟରେ ଅପିଲ କରିଛନ୍ତି।
ଅନ୍ୟପକ୍ଷରେ ଛିତିଶଗଡ଼ ପୋଲିସ ରବିବାର କଳ୍ପନାଙ୍କ ଭାଇ ବରୁଣ ଦାଶ ଓ ଭଉଣୀ ରୀନା ଦାଶଙ୍କୁ ଡାକି ପଚରାଉଚରା କରିଛି। ଉଭୟଙ୍କୁ ପ୍ରାୟ ଏକ ଘଣ୍ଟାଧରି ବିଭିନ୍ନ ବିଷୟରେ ପଚରାଉଚରା କରିଛି। ବିଶେଷକରି ଅନୁପ ଓ କଳ୍ପନା କେବେଠାରୁ ଏକାଠି ରହୁଥିଲେ? କଳ୍ପନା ନିଖୋଜ ହେବା ପରେ କାହିଁକି ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ନ ଥିଲା ବୋଲି ପୋଲିସ ଜାଣିବାକୁ ଚାହିଁଥିବା ବରୁଣ କହିଛନ୍ତି।
ଏ ସଂକ୍ରାନ୍ତରେ ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ କହିଛନ୍ତି, ଆମ ପାଖରେ ଅନୁପଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି। ଅନୁପ ପୋଲିସକୁ ସହଯୋଗ କରୁ ନ ଥିବାରୁ ଆମ ପାଇଁ ସମସ୍ୟା ହେଉଛି। ତାଙ୍କୁ ପୁଣି ରିମାଣ୍ଡ ସହ ନାର୍କୋ ଟେଷ୍ଟ ପାଇଁ ଆବେଦନ କରାଯାଇଛି। ତାଙ୍କ ପରିବାର ଲୋକେ ପୋଲିସ ବିରୋଧରେ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ଅନୁପଙ୍କ ଅପରାଧକୁ ଘୋଡ଼ାଇବା ପାଇଁ ସେମାନେ ନାଟକ କରୁଛନ୍ତି। ପଚରାଉଚରା ପାଇଁ ଅନୁପଙ୍କ ପରିବାର ଲୋକଙ୍କୁ ନୋଟିସ କରାଯାଇଛି। ସେମାନଙ୍କୁ କୌଣସି ଧମକଚମକ ଦିଆଯାଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri