ଅନୁଚ୍ଛେଦ ୩୭୦ ହଟିବା ପରେ ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୬।୮: ମୋଦି ସରକାର ସୋମବାର ଜମ୍ମୁ-କଶ୍ମୀରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ଏହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ପାକିସ୍ତାନ। କାରଣ ଅନୁଚ୍ଛେଦ ୩୭୦ ଆତଙ୍କବାଦ ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେଉଥିବାରୁ ଏବେ ଏହାର ମୂଳପୋଛ ହୋଇଛି କହିଲେ କିଛି ଭୂଲ୍‌ ହେବନାହିଁ। ଅନ୍ୟପଟେ ଭାରତ ସରକାରଙ୍କ ପକ୍ଷରୁ ସୀମାରେ ଅତିରିକ୍ତ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି। ଏହାକୁ ଦେଖିବା ପରେ ଏବେ ପାକିସ୍ତାନ ଏକ ପ୍ରକାର ଚିନ୍ତାରେ ପଡିଯାଇଛି । ଏଥିପାଇଁ ମଙ୍ଗଳବାର ପାକିସ୍ତାନ ସେନା ମୁଖ୍ୟ ଜେନରାଲ କମର ଜାଭେଦ ବାଜଓ୍ବା କମାଣ୍ଡରମାନଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି। ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ଏହି ବୈଠକରେ ବିଶେଷ ଭାବେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ, ଭାରତର ନିୟନ୍ତ୍ରଣ ରେଖା ନିକଟରେ ଅଧିକ ସେନା ମୁତୟନ ଆଦିକୁ ଗୁରୁତର ସହ ଆଲୋଚନା କରାଯିବ ବୋଲି କୁହାଯାଉଛି। ତେବେ ଭାରତର ଏଭଳି ପଦକ୍ଷେପ ପରେ ପାକିସ୍ତାନ ତା’ର ମିତ୍ର ରାଷ୍ଟ୍ରଗୁଡିକ ସହ ଏନେଇ କଥା ହୋଇଥିବା ସୂଚନା ମିଳିଛି। ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପାକସ୍ତାନର ସହଯୋଗୀ ଦେଶ ମାଲେସିୟା ଓ ତୁର୍କୀର ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନରେ କଥା ହୋଇଥିବା ସୂଚନା ରହିଛି।

Share