Categories: ଜାତୀୟ

ଅନୁଚ୍ଛେଦ ୩୭୦ ଜମ୍ମୁ-କଶ୍ମୀରରେ ସୃଷ୍ଟି କରିଛି ଆତଙ୍କବାଦ ପରିବେଶ: ମୋଦି

ଅହମ୍ମଦାବାଦ୍‌,୩୧।୧୦: ଅନୁଚ୍ଛେଦ ୩୭୦ କେବଳ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ପରିବେଶ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୪୪ ଜୟନ୍ତୀ ଅବସରରେ ଗୁଜରାଟର କଓ୍ବେଡ଼ିଆଠାରେ ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି। ସର୍ଦ୍ଦାର ପଟେଲ ଶାନ୍ତି ଏବଂ ଏକତାର ବାର୍ତ୍ତାକୁ ଗୁରୁତ୍ୱ ଦେଉଥିବାବେଳେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ କେବଳ ଆତଙ୍କବାଦକୁ ହିଁ ପ୍ରୋତ୍ସାହନ ଦେଇଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ଦ୍ୱାରା ଭାରତ ଏବଂ ଜମ୍ମୁ-କଶ୍ମୀର ମଧ୍ୟରେ ଥିବା ବିଭେଦ ପ୍ରାଚୀର ହଟି ଯାଇଛି। ମୌର୍ଯ୍ୟ ସମ୍ରାଟ୍‌ ଚନ୍ଦ୍ରଗୁପ୍ତଙ୍କ ସମୟରେ ଚାଣକ୍ୟ ଅଖଣ୍ଡ ମୌର୍ଯ୍ୟ ସାମ୍ରାଜ୍ୟକୁ ସ୍ବପ୍ନକୁ ସମ୍ଭବ କରିଥିବାବେଳେ ସର୍ଦ୍ଦାର ପଟେଲ ଅଖଣ୍ଡ ଭାରତର ସ୍ବପ୍ନ ଦେଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share