ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଭାରତକୁ ସମର୍ଥନ କଲା ରୁଷିଆ

ମସ୍କୋ,୨୮।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ପାକିସ୍ତାନକୁ ପୁଣି ଏକ ଝଟକା ଲାଗିଛି। ବୁଧବାର ରୁଷିଆ ରାଜନେତା ନିକୋଲେ କୁଦାଶେଭ୍‌ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା। ଭାରତର ନିଷ୍ପତ୍ତି ଯୁକ୍ତିଯୁକ୍ତ ତଥା ନ୍ୟାୟ ସଙ୍ଗତ। ତେବେ ଭାରତ ପାକିସ୍ତାନ ଶିମଲା ଏବଂ ଲାହୋର ଚୁକ୍ତି ଅନୁସାରେ ନିଜ ମଧ୍ୟରେ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Share