Posted inଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୨ ଗୁଣା ବୃଦ୍ଧି ପାଇଛି ଅସ୍ତ୍ରବିରତି ଉଲ୍ଲଂଘନ: ଚଳିତ ବର୍ଷ ୩୨ ଶହ ଥରରୁ ଅଧିକ

ଶ୍ରୀନଗର,୨୮।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଉତ୍ତେଜନା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୨୦୦୩ ଚୁକ୍ତିର ଅବମାନନା କରି ୩୨ ଶହ ଥରରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏଭଳି ଘଟଣାରେ ୨ ଗୁଣା ବୃଦ୍ଧି ହୋଇଛି। ଚଳିତ ଶୀତଋତୁରେ ପାକିସ୍ତାନ ପକ୍ଷରୁ ୭୭୮ କିମି ଦୀର୍ଘ ନିୟନ୍ତ୍ରଣ ରେଖାରେ ଏଭଳି ଘଟଣା ବଢ଼ିବାର ଆଶଙ୍କା ରହିଛି। ଏପରି କରି ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାକିସ୍ତାନର ମୁଖ୍ୟ ଲକ୍ଷ୍ୟ ବୋଲି ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ ୫ ମାସ ମଧ୍ୟରେ ୧୬ ଶହ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ସେଥିମଧ୍ୟରୁ ଅଗଷ୍ଟରେ ୩୦୭ ଥର, ସେପ୍ଟେମ୍ବରରେ ୨୯୨, ଅକ୍ଟୋବରରେ ୩୫୧, ନଭେମ୍ବରରେ ୩୦୪ ଏବଂ ଡିସେମ୍ବରରେ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଥିରେ ୪୧ ଯବାନ ଶହୀଦ୍‌ ହୋଇଥିବାବେଳେ ୧୫୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ୨୦୧୭ରେ ଏଭଳି ୯୭୧ ଘଟଣା ଘଟିଥିବାବେଳେ ୨୦୧୮ରେ ୧,୬୨୯ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri