ଅନୁଗୋଳ ପୌରପାଳିକାର ଅଜବ ନୀତି: ଆଗେ ପ୍ରଚାର, ପରେ ପଲିଥିନ ଚଢ଼ାଉ

ଅନୁଗୋଳ ଅଫିସ, ୨୯।୯ – ଅକ୍ଟୋବର ୨ରୁ ସହରାଞ୍ଚଳରେ ପଲିଥିନ ବନ୍ଦ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନୁଗୋଳ ପୌରପାଳିକା ପକ୍ଷରୁ ସହରରେ ପଲିଥିନକୁ ନିଷେଧ କରାଯାଇଛି। ଅନୁଗୋଳ ଜିଲାକୁ ପଲିଥିନ ମୁକ୍ତ କରିବାକୁ ଜିଲାପାଳ ବି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏଯାଏ ସହରରେ ଏହାର ପ୍ରଭାବ ପଡ଼ି ନ ଥିବା ସାଧାରଣରେ ଅଭିଯୋଗ ହେଉଛି। କାରଣ ଏବେ ବି ବଜାରରେ ମାଳ ମାଳ ପଲିଥିନ କାରବାର ହେଉଛି। ଏହାକୁ ରୋକିବାରେ ଏକପ୍ରକାର ବିଫଳ ହୋଇଥିବା ପୌର ପ୍ରଶାସନର ଏକ ଅଜବ ନୀତି ଏବେ ପଦାକୁ ଆସିଛି। ଶନିବାର ସହରରେ ଚଢ଼ାଉ ପୂର୍ବରୁ ପଲିଥିନ ବ୍ୟବହାର ନ କରିବାକୁ ପୌରପାଳିକା ପକ୍ଷରୁ ପ୍ରଚାର ଗାଡ଼ି ବୁଲାଯିବା ଚର୍ଚ୍ଚାର ବିଷୟ ହୋଇଛି। ଏପରି କି ଚଢ଼ାଉ ବେଳେ ଗୋଟିଏ ହେଲେ ବି ପଲିଥିନ ଜବତ କରାଯାଇ ନ ଥିବାରୁ ଉକ୍ତ ଚର୍ଚ୍ଚାକୁ ଏହା ଅଧିକ ଖୋରାକ ଯୋଗାଇଛି।
ସହରବାସୀଙ୍କ କହିବା ଅନୁଯାୟୀ, ଅନୁଗୋଳ ପୌରପାଳିକାକୁ ପଲିଥିନ ମୁକ୍ତ କରିବାକୁ ପୌର ପ୍ରଶାସନ ଶତପ୍ରତିଶତ ଉଦ୍ୟମ କରୁନାହିଁ। ସକାଳୁ ରାତି ଯାଏ ବଜାରରେ ବିଭିନ୍ନ ବ୍ୟବସାୟୀ ପୁଳା ପୁଳା ପଲିଥିନ କାରବାର କରୁଛନ୍ତି। ସାମଗ୍ରୀମାନ ପୂରାଇ ଗ୍ରାହକଙ୍କ ହାତକୁ ବଢ଼ାଇ ଦେଉଛନ୍ତି। ହେଲେ ପୌର ଅଧିକାରୀ ଚଢ଼ାଉ କଲାବେଳେ ପଲିଥିନ କିପରି ମିଳୁନାହିଁ। ସହରର ବ୍ୟବସାୟୀଙ୍କୁ ପଲିଥିନ ଯୋଗାଉଥିବା କେତେଜଣ ବ୍ୟବସାୟୀ ଉପକଣ୍ଠରେ ଗୋଦାମ କରିଛନ୍ତି। ସେମାନଙ୍କ ଲୋକ ଦୋକାନ ଦୋକାନ ବୁଲି କାହାର କେତେ ପଲିଥିନ ଆବଶ୍ୟକ ତାହାର ଅର୍ଡର ନେଉଛନ୍ତି। ଦୈନିକ ଖୋଲାଖୋଲି ଏପରି କାରବାର ହେଉଥିଲେ ବି ପୌରପାଳିକାର ନଜର କିପରି ପଡ଼ୁନାହିଁ। ଶନିବାର ପୌରପାଳିକା ପକ୍ଷରୁ ଡାକବାଜି ଯନ୍ତ୍ରରେ ସହରରେ ପଲିଥିନ ବ୍ୟବହାର ନ କରିବାକୁ ପ୍ରଚାର କରାଯାଇଥିଲା। ଏହାର କିଛି ସମୟ ପରେ ପ୍ରଶାସନିକ ଅଧିକାରୀମାନେ ମାନେ ଦୋକାନ ଦୋକାନ ବୁଲି ଯାଞ୍ଚ କରିଥିଲେ। ଚଢ଼ାଉ ପୂର୍ବରୁ ପୌର ପ୍ରଶାସନ ବ୍ୟବସାୟୀଙ୍କୁ ଏପରି ସତର୍କ କଲେ କିପରି ପଲିଥିନ ମିଳିପାରିବ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି। ଏ ନେଇ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହରରେ ଚଢ଼ାଉ ଚାଲିଛି। କିନ୍ତୁ ଶନିବାର ଚଢ଼ାଉରେ କୌଣସି ପଲିଥିନ ମିଳିନାହିଁ। ତେବେ ଦୋକାନୀଙ୍କ ଉଦ୍ଦେଶ୍ୟରେ ପ୍ରଚାର ଗାଡ଼ି ବୁଲି ନ ଥିଲା। ଲୋକଙ୍କୁ ସଚେତନ କରିବାକୁ ପ୍ରଚାର କରାଯାଇଥିବା ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri