ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ଅପ୍‌ଡେଟ ହେଉନି ନିରାମୟ ସୂଚନା

ଅନୁଗୋଳ ଅଫିସ, ୧୨।୮: ବିଭିନ୍ନ ସମୟରେ ଅନେକ କାରଣକୁ ନେଇ ବିବାଦରେ ରହୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ, ଭିତ୍ତିଭୂମି ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇ ଚାଲିଥିବାବେଳେ ରୋଗୀଙ୍କୁ ଔଷଧ ପ୍ରଦାନରେ ମେଡିକାଲ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ପ୍ରକାଶ କରିଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ଡାକ୍ତରଖାନାର ନିରାମୟ କେନ୍ଦ୍ରରେ ଅଧିକାଂଶ ଔଷଧ ମିଳୁ ନ ଥିବା ଏବଂ ନିରାମୟ ସୂଚନା ଫଳକ ବର୍ଷେ ହେଲା ଅପଡେଟ ହୋଇ ନ ଥିବା ଅଭିଯୋଗ ଆସିଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ନିରାମୟ ଯୋଜନାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅନ୍ତର୍ଭୁକ୍ତ ହୋଇଛି। ହେଲେ ଏଠାକୁ ଜିଲା ଓ ଜିଲା ବାହାରୁ ଆସୁଥିବା ଶହ ଶହ ରୋଗୀଙ୍କୁ ଅଧିକାଂଶ ଔଷଧ ମିଳୁ ନ ଥିବା ଅଭିଯୋଗ ହେଉଛି। ଏପରି କି କେଉଁ ଔଷଧ ନିରାମୟରେ ଉପଲବ୍ଧ ଅଛି ତାହା ମଧ୍ୟ ସୂଚିତ କରାଯାଉନାହିଁ। ଚିକିତ୍ସାଳୟରେ ୧୪ଟି ବିଭାଗରେ ୧୭୯ ପ୍ରକାର ଔଷଧ ମିଳିବା କଥା। ବିଭିନ୍ନ ରୋଗର ଔଷଧକୁ ୧୪ଟି ଭାଗରେ ବିଭକ୍ତ କରାଯାଇଛି। ଭାଗ ‘ଏ’ ୨୧ ପ୍ରକାର ଆଣ୍ଟିବାୟୋଟିକ୍‌, ବି’ ରେ ୪୨ ପ୍ରକାର ଆନାଲଜେସିକ, ସି’ ରେ ୬ ପ୍ରକାର ଆଣ୍ଟି ମ୍ୟାଲେରିଆ, ଡି’ରେ ୨ ପ୍ରକାର କୃମି ଔଷଧ ଥିବା ତାଲିକାରେ ଦର୍ଶାଯାଇଛି। ସେହିପରି ଇ’ରେ ୭ ପ୍ରକାର ଥଣ୍ଡାକାଶ ଔଷଧ, ଏଫ୍‌’ରେ ୬ ପ୍ରକାର ଚର୍ମ, ଜି’ରେ ୭ ପ୍ରକାର ପେଟରୋଗ ସମ୍ପର୍କିତ, ଏଚ’ରେ ୩ ପ୍ରକାର ଝାଡ଼ା, ଆଇ’ରେ ୯ ପ୍ରକାର ଭିଟାମିନ୍‌ ମିନେରାଲ, ଜେ’ରେ ୭ ପ୍ରକାର ସ୍ନାୟୁ, କେ’ରେ ୫ ପ୍ରକାର ସର୍ଜିକାଲ ଔଷଧର ନାମ ତାଲିକାରେ ରହିଛି। ଏଲ୍‌’ରେ ୮ ପ୍ରକାର ଶ୍ୱାସ, ଏମ୍‌ରେ ୫ ପ୍ରକାର ପେଟ ବଥା, ଏନ୍‌’ରେ ୫ ପ୍ରକାର ଆଣ୍ଟି ଡାଇବେଟିକ୍‌, ଓ ରେ ୪ ପ୍ରକାର କୁଷ୍ଠ ରୋଗୀଙ୍କ ପାଇଁ ଔଷଧ ରହିଛି। ସେହିପରି ପିରେ ୬ ପ୍ରକାର ଆଖି, କ୍ୟୁରେ ୩ ପ୍ରକାର ରକ୍ତ ଶୂନ୍ୟତା ଓ ଆର୍‌ରେ ୩୩ ପ୍ରକାର ଅନ୍ୟାନ୍ୟ ଔଷଧ ରୋଗୀଙ୍କ ପାଇଁ ମେଡ଼ିକାଲରେ ଉପଲବ୍ଧ ହେବା କଥା। କିନ୍ତୁ ସେଥି ମଧ୍ୟରୁ ବହୁ ଔଷଧ ମିଳୁ ନ ଥିବା ରୋଗୀ ସମ୍ପର୍କୀୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୨୦୧୮ ସେପ୍ଟେମ୍ବର ୧୨ରେ ଶେଷ ଥର ପାଇଁ ମେଡିକାଲରେ କେଉଁ ଔଷଧ ମିଳୁଛି ତାହା ଅବଗତ କରାଯାଇଥିଲା। ହେଲେ ଏହା ପରେ ଆଉ ଏହି ଔଷଧ ଚିଠା ମେଡିକାଲ କର୍ତ୍ତୃପକ୍ଷ ପରିବର୍ତ୍ତନ ନ କରି କେବଳ ବ୍ୟାନର ମାରି କାମ ସାରିଦେଇଛନ୍ତି। ରୋଗୀ କଲ୍ୟାଣ ସମତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଦାନ କରାଯାଇଥିବା ଔଷଧ ତାଲିକାରେ ହାତଗଣତି କେତେକ ଔଷଧକୁ ଛାଡ଼ିଦେଲେ ଅନ୍ୟ ଔଷଧ ସବୁ ଉପଲବ୍ଧ ବୋଲି ଦର୍ଶାଯାଇଛି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ମେଡ଼ିକାଲରେ ଥିବା ନିରାମୟ କେନ୍ଦ୍ରରେ କିଛି ହାତଗଣତି ଔଷଧ ମିଳୁଛି। ଫଳରେ ରୋଗୀମାନେ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ସୂଚନାଥାଉ କି, ୨୦୧୫ ମେ ୧ରେ ଜିଲା ଡାକ୍ତରଖାନାରେ ତତ୍‌କାଳୀନ ମନ୍ତ୍ରୀ ଡା. ଦାମୋଦର ରାଉତ ଔଷଧ ବିତରଣ କେନ୍ଦ୍ର ଉଦ୍‌ଘାଟନ କରିଥିଲେ। କେଉଁ ଔଷଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ରହିଛି ତାହା ସର୍ବସାଧାରଣଙ୍କୁ ସୂଚିତ କରାଯିବା ପାଇଁ ସେହି ସମୟରେ ସେଠାରେ ଏକ ତାଲିକା ଲଗାଯାଇଥିଲା। ଉପଲବ୍ଧ ଥିବା ଔଷଧ ପାର୍ଶ୍ୱରେ ଠିକ୍‌ ଚିହ୍ନ ମରାଯିବ ବୋଲି ସ୍ଥିର ହୋଇଥିଲା। ଏହା ମଧ୍ୟରେ ନିରାମୟ କେନ୍ଦ୍ର ଅନ୍ୟତ୍ର ଉଠିଯାଇଛି। କିନ୍ତୁ ନୂଆସ୍ଥାନରେ ଔଷଧ ସମ୍ପର୍କରେ କୌଣସି ତାଲିକା ମରାଯାଇ ନାହିଁ।
ଏ ନେଇ ମେଡିକାଲ ମ୍ୟାନେଜରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ନ ଲାଗିବାରୁ ମତାମତ ମିଳିପାରିନାହିଁ। ଏ ସମ୍ପର୍କରେ ମେଡିକାଲର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, ମଙ୍ଗଳବାର ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ। କାହିଁକି ମେଡିକାଲରେ ନିରାମୟ ସୂଚନା ଫଳକକୁ ଅପ୍‌ଟେଡ କରାଯାଇନାହିଁ ସେ ସମ୍ପର୍କରେ ପଚାରିବୁଝିବେ ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri