ଅନୁଗୋଳ ଅଫିସ, ୨୨।୫- ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ମୋଟ୍ ୭୨.୮୧ ପ୍ରତିଶତ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ତେବେ ପୂର୍ବବର୍ଷ ଅପେକ୍ଷା ପାସ୍ ହାର ହ୍ରାସ ପାଇଥିବା ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସୂଚନା ଦେଇଛନ୍ତି।
ଜିଲାର ମୋଟ୍ ୨୬୨ଟି ସ୍କୁଲର ୧୭୨୦୭ ଛାତ୍ରୀଛାତ୍ର ଚଳିତବର୍ଷ ୮୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ୍ ୧୨୪୯୮ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬୩୯୭ ଛାତ୍ରୀ ଥିବାବେଳେ ୬୧୦୧ ଛାତ୍ର ଅଛନ୍ତି। ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୪୧ ଜଣ ଧରାପଡ଼ିଛନ୍ତି। ଏଥର ଜିଲାରେ ମୋଟ୍ ୧୭,୧୬୬ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି। ସେଥିରୁ ୫୨ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ଅର୍ଥାତ୍ ଏ-୧ରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଏ-୨ରେ ୩୮୪, ବି-୧ରେ ୮୮୭, ବି-୨ରେ ୧୭୪୪ଛାତ୍ରୀଛାତ୍ର ପାସ୍ କରିଛନ୍ତି। ସି’ରେ ୨୬୬୬, ଡି’ରେ ୩୩୭୨, ଇ’ରେ ୩୩୯୩ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ଏଫ’ରେ ୪୬୬୮ ଛାତ୍ରୀଛାତ୍ର ରହିଛନ୍ତି। ଜିଲାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ସ୍କୁଲ ମଧ୍ୟରେ ଅନୁଗୋଳ ହାଇସ୍କୁଲର ୪ ଛାତ୍ରୀଛାତ୍ର ରହିଥିବାବେଳେ ୧୫ ଜଣ ନାଲ୍କୋନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଛନ୍ତି। ୧୭ ଜଣ ଅନୁଗୋଳସ୍ଥିତ ଗାନ୍ଧୀମାର୍ଗ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପିବିକେ ହାଇସ୍କୁଲ ବଅଁରପାଳର ଜଣେ, ପିଏଚଏସ ଫୁଲପଡ଼ା, ଡିଏଭି(ସିଡବ୍ଲ୍ୟୁଏସ୍) ସେଣ୍ଟ୍ରାଲ କଲୋନୀ, କୁମଣ୍ଡ ଜରାସିଂହା ହାଇସ୍କୁଲ ଓ ତାଳଚେର ହାଇସ୍କୁଲର ଜଣେ ଲେଖାଏଁ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ଡେରାର ଏସ୍ଆଇଇଆର୍ସି ବିଦ୍ୟାଳୟର ୩ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ କୋଶଳା ହାଇସ୍କୁଲର ଜଣେ ଛାତ୍ରୀ, ପାଲଲହଡ଼ା ମହତାବ ହାଇସ୍କୁଲର ଜଣେ ଛାତ୍ରୀ, ଗାନ୍ଧୀନଗର ଡିମିରିଆ ହାଇସ୍କୁଲର ଜଣେ ଛାତ୍ରୀ, ଖମାର ୟୁଜିୟୁବିପିର ଦୁଇ ଛାତ୍ର, ଧର୍ମପୁର ହାଇସ୍କୁଲର ଜଣେ ଛାତ୍ର ଓ ବଡ଼କେରା ଏସ୍ଜେ ନୋଡାଲ ହାଇସ୍କୁଲର ଜଣେ ଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ଏକ୍ସ-ରେଗୁଲାରେ ପାସ ହାର ୪୧.୩୨ ରହିଛି। ବି-୧ରେ ଜଣେ, ସି’ରେ ୯ ଜଣ, ଡି’ରେ ୪୦ ଜଣ, ଇ’ରେ ୧୧୭ ଜଣ, ଏଫରେ ୨୪୦ ଜଣ ରହିଛନ୍ତି। କରେସପଣ୍ଡେଣ୍ଟ କୋର୍ସରେ ୬ଟି ପରୀକ୍ଷାକେନ୍ଦ୍ରରେ ୨୯୯ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୩୯ ପାସ କରିଥିବାବେଳେ ପରୀକ୍ଷାଫଳ ପ୍ରତିଶତ ୮୦.୨୦ ରହିଛି। ୨୦୧୮ରେ ଜିଲାରେ ୮୦.୩୨ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଚଳିତବର୍ଷ ସଂଖ୍ୟା ହ୍ରାସ ପାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ବେହେରା ସୂଚନା ଦେଇଛନ୍ତି।
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…
ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...
ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ
ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...
ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ
ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...
ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ
ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...
ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…
ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...
ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ
ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...
ସକାଳୁ ସକାଳୁ ବାଜିଲା ଗୁଳି….
ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...
Archives


