ଅନୁଗୋଳ ଜିଲାରେ ୬୫୨ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଅନୁଗୋଳ ଜିଲାରେ ମୋଟ ୧୬୫୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ ୧୦୦୨ଟିର ନିଜସ୍ବ ଗୃହ ଥିବାବେଳେ ୬୫୨ର ନିଜସ୍ବ ଗୃହ ନାହିଁ। ୩୩୧ଟି ଗୃହ ନିର୍ମାଣ କରାଯାଉଥିବାବେଳେ ଆହୁରି ୩୨୧ଟି ଗୃହ ନିର୍ମାଣ କରିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଅନୁଗୋଳ ବ୍ଲକରେ ୯୪ଟି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନ ଥିବା ବେଳେ ଆଠମଲ୍ଲିକର ୭୧, ବଅଁରପାଳରେ ୯୪, ଛେଣ୍ଡିପଦା ୬୭, କଣିହଁ। ୭୮, କିଶୋର ନଗର ୩୯, ପାଲଲହଡା ୭୦, ତାଳଚେର ବ୍ଲକରେ ୮୩, ଅନୁଗୋଳ ସହରାଞ୍ଚଳରେ ୨୬, ତାଳଚେର ସହରାଞ୍ଚଳରେ ୧୦ ଏବଂ ଆଠମଲ୍ଲିକ ସହରାଞ୍ଚଳରେ ୨୦ଟି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ବିଜେଡି ସଭ୍ୟ ରମେଶ ଚନ୍ଦ୍ର ସାଏଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଶନିବାର ପ୍ରଶ୍ନକାଳରେ ଏହା କହିଛନ୍ତି।