ଅନୁଗୋଳରେ ୩୪୨୨ ବେଡ୍‌ ପ୍ରସ୍ତୁତ

ଅନୁଗୋଳ ଅଫିସ, ୯।୪: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ହାତକୁ ନିଆଯାଇଛି। ଜିଲାରେ ମୋଟ୍‌ ୨୨୫ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମ୍‌ସିଏସ୍‌) ଖୋଲାଯାଇଛି। ୮ଟି ବ୍ଲକର ପ୍ରତି ପଞ୍ଚାୟତରେ ଏହି ଟିଏମ୍‌ସିଏସ୍‌ ଥିବାବେଳେ ୯ ହଜାର ୪୦ଟି ବେଡ୍‌ ଆବଶ୍ୟକ ରହିଛି। କିନ୍ତୁ ଅଦ୍ୟାବଧି ୩ ହଜାର ୪୨୨ ବେଡ୍‌ ପ୍ରସ୍ତୁତ କରାଯାଇପାରିଛି। ସେହିପରି ଖୋଲାଯାଇଥିବା ଟିଏମ୍‌ସିଏସ୍‌ ଗୁଡିକରେ ବିଦ୍ୟୁତ୍‌, ପାନୀୟ ଜଳ, ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଅନୁଗୋଳ ବ୍ଲକର ୩୪ଟି ପଞ୍ଚାୟତରେ ୧ ହଜାର ୨୦ଟି ବେଡ୍‌ ଆବଶ୍ୟକ ଥିବାବେଳେ ୪୨୦ଟି ବେଡ୍‌ ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ରହିଛି। ବଅଁରପାଳ ବ୍ଲକରେ ଆବଶ୍ୟକ ୭୫୦ ବେଡ୍‌ ମଧ୍ୟରୁ ଏବେ ୫୧୫ଟି, ଛେଣ୍ଡିପଦା ବ୍ଲକରେ ୧୭୦୦ ମଧ୍ୟରୁ ୫୪୫, ଆଠମଲ୍ଲିକରେ ୧୮୦୦ରୁ ବର୍ତ୍ତମାନ ସୁଦ୍ଧା ୩୬୫, କିଶୋରନଗର ବ୍ଲକରେ ୯୨୦ରୁ ୪୭୦, ପାଲଲହଡ଼ାରେ ୧୦୮୦ରୁ ୨୭୦, କଣିହଁାରେ ୭୨୦ ବେଡ୍‌ ମଧ୍ୟରୁ ୪୧୭ ଓ ତାଳଚେର ବ୍ଲକରେ ଆବଶ୍ୟକ ୧୦୫୦ ବେଡ୍‌ରୁ ବର୍ତ୍ତମାନ ସୁଦ୍ଧା ୪୨୦ଟି ଉପଲବ୍ଧ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।