ଅନିଶ୍ଚିତତାରେ ପୋଲସରା ନୂତନ ବସଷ୍ଟାଣ୍ଡ

ପୋଲସରା,୯|୩(ଡି.ଏନ.ଏ.) – ଗଞ୍ଜାମ ଜିଲା ପୋଲସରା ସହର ମଧ୍ୟରେ ରହିଥିବା ବସଷ୍ଟାଣ୍ଡର ଆଧୁନିକୀକରଣ ଲାଗି ରାଜ୍ୟ ସରକାର ୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୨୦୧୭ରେ ଓଡ଼ିଶାର ତତ୍‌କାଳୀନ ଯୋଜନା ଓ ସମନ୍ବୟ, ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀଙ୍କ ଦ୍ୱାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଭିତ୍ତିପ୍ରସ୍ତରକୁ ପ୍ରାୟ ୩ ବର୍ଷ ବିତିବାକୁ ବସିଲାଣି ହେଲେ ମାଟି ମୁଠାଏ ମଧ୍ୟ ପଡ଼ିଲାନି। ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି କିଛି ଜବରଦଖଲକାରୀ ହୋଟେଲ ଓ ଅନୁକୂଳ ଚନ୍ଦ୍ରଙ୍କ ସତ୍‌ସଙ୍ଗ କେନ୍ଦ୍ରକୁ ଭଙ୍ଗାଗଲା। ବର୍ତ୍ତମାନ ସୁଦ୍ଧା ଆହୁରି ଜବରଦଖଲ ହୋଇରହିଛି। କିନ୍ତୁ କୌଣସି ନିର୍ମାଣ କାର୍ଯ୍ୟ ଆଗେଇପାରିଲାନି। ପୋଲସରା ବସଷ୍ଟାଣ୍ଡର ସ୍ବଳ୍ପ ଜାଗାରେ ବହୁ ସଂଖ୍ୟାରେ ଅଟୋ, କାର, ବୋଲେରୋ, ମିନିବସ, ଯାତ୍ରୀବାହୀ ବସ ଆଦି ରହିବା ଦ୍ୱାରା ଜାଗା ସଂକୀର୍ଣ୍ଣ ହେବାରେ ଲାଗିଛି। ଏହାକୁ ଆହୁରି ଜଟିଳ କରୁଛି ଠେଲାଗାଡି। ଏନ୍‌ଏସି ପ୍ରଶାସନ ସେମାନଙ୍କୁ ନା ଉଠାଇ ପାରୁଛି ନା ବସଷ୍ଟାଣ୍ଡ ନିର୍ମାଣ କରିପାରୁଛି। ପୋଲସରା ବସ୍‌ଷ୍ଟାଣ୍ଡର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି। ଦୈନନ୍ଦିନ ବୁଗୁଡ଼ା-ଭୁବନେଶ୍ୱର, ସିଂହାସନୀ-ବ୍ରହ୍ମପୁର, ସିଂହାସନୀ-ଭୁବନେଶ୍ୱର, ବୁଗୁଡ଼ା, ବ୍ରହ୍ମପୁର, ପୋଲସରା, ଆସିକା, ଭଞ୍ଜନଗର ଆଦି ଅଞ୍ଚଳକୁ ଶହ ଶହ ବସ୍‌ ଯାତାୟାତ କରିଥାନ୍ତି। ଏନଏସି ପ୍ରଶାସନର ଯୋଜନା କେବଳ ଯୋଜନାରେ ଅଟକି ରହିଯାଉଛି ବୋଲି ମା’ ସିଂହାସନୀ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ କହିଛନ୍ତି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶନ୍ନ ଦାସ କୁହନ୍ତି ଟେକ୍ନିକାଲ ଆପ୍ରୁଭାଲ ସରିଛି, ଟଙ୍କା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପାଖକୁ ପଠାଯାଇଛି ଟଙ୍କା ଆସିଲେ କାମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri