ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ବ୍ୟାଙ୍କ ଧର୍ମଘଟ, ୧୧ରେ ଖୋଲା ରହିବ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଛି ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ। ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ଆସନ୍ତା ୧୧ରୁ ୧୩ ତାରିଖ ଯାଏ ବ୍ୟାଙ୍କ ଧର୍ମଘଟ ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ଏହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚିଛି। ଏ ନେଇ ୟୁନିଅନ୍‌ ଫର ବ୍ୟାଙ୍କ ୟୁନିୟନ୍ସ ଆବାହକ ସମ୍ବିତ ମିଶ୍ର ସୂଚନା ଦେଇଛନ୍ତି। ମାର୍ଚ୍ଚ ୮, ୯, ୧୦, ୧୪, ୧୫ ତାରିଖ ଛୁଟିଦିନ ପଡ଼ୁଥିବାରୁ ଏହି ଧର୍ମଘଟକୁ ଘୁଞ୍ଚା ଯାଇଥିବା କୁହାଯାଉଛି।