ଅନିଦ୍ରା ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଅଧାକପ୍‌ ଏହି ଜୁସ୍‌…

ପ୍ରତିଦିନ ସକାଳେ ଅଧାକପ୍‌ ଗାଜର ଜୁସ୍‌ ପିଇଲେ ରାତିରେ ଭଲ ନିଦ ହେବା ସହିତ ଶରୀର ନିରୋଗ ରହିଥାଏ । ଅନିଦ୍ରା ସମସ୍ୟାରେ ଏହା ମହୌଷଧୀ ଭଳି କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗାଜର ଜୁସ୍‌ରେ ଭିଟାମିନ୍‌ ଏ, ସି, ଡି. ବି-୬, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ, ଲୌହ, କୋବାଲଆମିନ୍‌, ସୋଡ଼ିୟମ୍‌, ପୋଟାସିୟମ୍‌, ପ୍ରୋଟିନ୍‌, ତନ୍ତୁଜ ଆଦି ରହିଥାଏ। ଏହା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ କରିଥାଏ। ପ୍ରତିଦିନ ଗାଜର ଜୁସ୍‌ ପିଇଲେ ରକ୍ତ ଶର୍କରାସ୍ତର ସ୍ବାଭାବିକ ହେବା ସହିତ ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ । ଦିନଯାକର ପରିଶ୍ରମ ପରେ ରାତିରେ ଅଧାକପ୍‌ ଗାଜର ଜୁସ୍‌ ପିଇଲେ ଗାଢ ନିଦ ହୋଇଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Share