ଅନାହାରରେ ଦୁଇ ମା’ ଝିଅ

ହାଟଡିହୀ,୩୦। ୧୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲାର ବଣପାହାଡ ଘେରା ହାଟଡିହୀ ବ୍ଲକର ଏକ ଅବହେଳିତ ଆଦିବାସୀ ଅଧ୍ୟୁଷିତ ଗାଁ ହଦଗଡ଼ । ଏହିଗାଁରେ ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ବିତାଉଛନ୍ତି। ସରକାର ଗରିବ ଲୋକଙ୍କ ଲାଗି କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଏଠି ବାଟବଣା ହୋଇପଡିଛି। ଉକ୍ତ ଗ୍ରାମର ଘାଟ ସାହିରେ ରହୁଥିବା ଦୁଇ ଅସହାୟ ମହିଳା ସମ୍ବାରୀ ଡାକୁଆ(୪୩) ଏବଂ ତାଙ୍କ ମା’ ପ୍ରମିଳା ଡାକୁଆ ଏବେ ରୋଗଗ୍ରସ୍ତ ହୋଇ ଅନାହାରରେ ଦିନ ବିତାଉଛନ୍ତି। ଘର ନ ଥିବାରୁ ଭଙ୍ଗା କୁଡିଆରେ ସେମାନେ ପଡି ରହିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀ ଚୟନରେ ତ୍ରୁଟି ଯୋଗୁ ସମ୍ବାରୀ ଓ ପ୍ରମିଳାଙ୍କୁ ଘର ମିଳିପାରି ନାହିଁ ା କେବଳ ରାଶନ କାର୍ଡରେ ମିଳୁଥିବା ୫ କେଜି ଚାଉଳ ଓ ଗତ ମାସ ଠାରୁ ମିଳୁଥିବା ଭତ୍ତା ସେମାନଙ୍କ ସାହାରା ପାଲଟିଛି।
ସମ୍ବାରୀଙ୍କ ମା’ ପ୍ରମିଳା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ଏବେ ଶଯ୍ୟାଶାୟୀ ହୋଇପଡିଛନ୍ତି। ବହୁ କଷ୍ଟରେ ସେ ତାଙ୍କ ଝିଅ ସମ୍ବାରୀଙ୍କୁ ବିବାହ କରାଇ ଦେଇଥିଲେ। ବିବାହର ଅଳ୍ପ କିଛି ଦିନ ପରେ ତାଙ୍କ ସ୍ବାମୀ ତାଙ୍କୁ ଛାଡି ଅନ୍ୟତ୍ର ପଳାଇଗଲେ। ପରେ ଶ୍ୱଶୁର ଘରର ନିର୍ଯାତନା ସହି ନ ପାରି ସେ ବାପଘରକୁ ପଳାଇ ଆସି ଅଦ୍ୟାବଧି ଜୀବନ କାଟୁଛନ୍ତି। ପରିବାରରେ ଅନ୍ୟ କେହି ନ ଥିବାରୁ ଏହି ମା’ ଓ ଝିଅ ଅନିଶ୍ଚିତ ଭବିଷ୍ୟତକୁ ନେଇ ପଡି ରହିଛନ୍ତି। ଗତ କିଛିଦିନ ହେବ ସମ୍ବାରୀ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏବେ ଯନ୍ତ୍ରଣାରେ ଛଟପଟ ହେଉଥିବା କହିଛନ୍ତି। ତାଙ୍କ ବାମ ହାତରେ ଏକ ମାଂସ ପିଣ୍ଡୁଳା ଧୀରେ ଧୀରେ ବଢୁଛି। ଅର୍ଥାଭାବରୁ ଚିକିତ୍ସା ହୋଇପାରୁନି। ଝୁମ୍ପୁଡି ଭଙ୍ଗାଦଦରା ଘର ଖଣ୍ଡିକ ବ୍ୟତୀତ ଅନ୍ୟ କିଛି ସମ୍ବଳ ନ ଥିବାରୁ ସେମାନେ ବହୁ ସମୟରେ ଅନ୍ୟ ପାଖରେ ହାତ ପତାଇ ପେଟ ପୋଷୁଥିଲେ। ଏବେ ରୋଗ ଯନ୍ତ୍ରଣା ଅଧିକ ଦାଉ ସାଧିବା ଆରମ୍ଭ କରିଛି। ଏଥିଲାଗି ଏହି ଦୁଇ ପ୍ରାଣୀ ଅଧିକାଂଶ ଦିନ ଭୋକ ଉପାସରେ ରହୁଛନ୍ତି। ୩୪ ନଂ ଜୋନର ଜିଲା ପରିଷଦ ସଦସ୍ୟା ଟିକି କିସ୍କୁ ଓ ସମାଜସେବିକା ସୁରେଶ୍ୱରୀ ସାଗରିକା ଜେନା ଏହି ପରିବାରର ଦୟନୀୟ ସ୍ଥିତି ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ଜେନାଙ୍କୁ ପଚାରିବାରୁ ଖୁବ ଶୀଘ୍ର ଏହି ଅସହାୟ ମା’ ଝିଅଙ୍କୁ ସରକାରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଉଲ୍ଳେଖନୀୟ ଯେ, ଏହି ପଞ୍ଚାୟତରେ ଅଧିକାଂଶ ପରିବାର ଆଦିବାସୀ ଶ୍ରେଣୀର । ସେମାନଙ୍କର ଆଧାର କାର୍ଡ ନ ଥିବାରୁ ପ୍ରାୟ ୪ ଶହ ଲୋକଙ୍କ ରାଶନ କାର୍ଡ଼ କଟିଯାଇଛି। ପଳରେ ସେମାନେ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିଛନ୍ତି। ଅନ୍ୟପକ୍ଷେ ପ୍ରଶାସନର ଅବହେଳା ଓ ଦୂରଦୃଷ୍ଟି ଅଭାବରୁ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବାରୁ ଅନେକ ଗରିବ ଲୋକ ଦୁର୍ଦ୍ଦଶାରେ ସମ୍ମୁଖୀନ ହେଉଥିବା ସୋସୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ କହିଛନ୍ତି। ଏହି ପଞ୍ଚାୟତରେ ବହୁ ଗରିବ ଲୋକ ଭତ୍ତା, ସରକାରୀ ଆବାସ, ଖାଦ୍ୟ ସୁରକ୍ଷା ପ୍ରଭୃତି ବିଭିନ୍ନ ଯୋଜନାରୁ ବାଦ୍‌ ପଡିଥିବାରୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ସକାଶେ ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଓ ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲ୍ଲିକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri