Categories: କନ୍ଧମାଳ

ଅନାଥ ଶିଶୁଙ୍କ ସହ ବଡ଼ଦିନ ପାଳିଲେ ମହିଳା କମିଶନ ସଦସ୍ୟା

ରାଇକିଆ,୨୬ା୧୨(ଡ଼ି.ଏନ.ଏ)- ନିଆରା ଢ଼ଙ୍ଗରେ ବଡ଼ଦିନ ପାଳନ କରିଛନ୍ତି ରାଜ୍ୟ ମହିଳା କମିଶନ ସଦସ୍ୟା ଜଲିନା ପ୍ରିୟଦର୍ଶିନୀ । ବୁଧବାର ସେ ରାଇକିଆ କନଭେଣ୍ଟ ପରିସରରେ ଥିବା ଅନାଥ ଆଶ୍ରମରେ ଶିଶୁମାନଙ୍କ ସହ ସମୟ ବିତାଇବା ସହ କେକ୍‌କାଟି ବଡ଼ଦିନ ପାଳନ କରିଥିଲେ । ଶିଶୁମାନଙ୍କୁ ଚକୋଲେଟ ଓ ବିସ୍କୁଟ ମଧ୍ୟ ବଣ୍ଟନ କରିଥିଲେ। ପରେ ସେ ଶିଶୁମାନଙ୍କ ବିଷୟରେ ଦାୟିତ୍ୱରେ ଥିବା ସିଷ୍ଟରଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ରାଇକିଆ, ଜି. ଉଦୟଗିରିର ବିଭିନ୍ନ ଚର୍ଚ୍ଚକୁ ଯାଇ ଲୋକଙ୍କୁ ଭେଟି ବଡ଼ଦିନର ଶୁଭେଚ୍ଛା ଜଣାଇଥିଲେ ।